ଭିଏସ୍‌ଏସ୍‌ନଗରରୁ ଏସ୍‌ବିଆଇ ଶାଖା ସ୍ଥାନାନ୍ତରକୁ ବିରୋଧ

ଭୁବନେଶ୍ୱର: ଭିଏସ୍‌ଏସ୍‌ ନଗରଠାରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶାଖାକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି। ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ବିରୋଧ କରିଛନ୍ତି। ଏନେଇ ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ ପକ୍ଷରୁ ଏସ୍‌ବିଆଇର ଚିଫ୍‌ ଜେନେରାଲ ମ୍ୟାନେଜରଙ୍କୁ ଅବଗତ କରାଯାଇଛି।

ଉନ୍ନୟନ ପରିଷଦ ପକ୍ଷରୁ କୁହାଯାଇଛି ଯେ ଦୀର୍ଘ ବର୍ଷ ହେଲା ଏସ୍‌ବିଆଇ ଶାଖା ଏଠାରେ କାର୍ଯ୍ୟ କରୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଉପକୃତ ହେଉଛନ୍ତି। ହେଲେ ଏବେ ତାହାକୁ ଅନ୍ୟତ୍ର ଉଠାଇ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ୟାଙ୍କ ସ୍ଥାନାନ୍ତର କରାଗଲେ ହଜାର ହଜାର ଗ୍ରାହକ ଅସୁବିଧାର ସମ୍ମୁଖୀନ ହେବେ। ମହିଳା ଓ ବରିଷ୍ଠ ନାଗରିକମାନେ ଅଧିକ ପ୍ରଭାବିତ ହେବେ। ତେଣୁ ଏଭଳି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଯଦି ନିଷ୍ପତ୍ତିିରେ ପରିବର୍ତନ କରା ନ ଯାଏ ଉନ୍ନୟନ ପରିଷଦ ସମସ୍ତ ପ୍ରକାର ପନ୍ଥା ହାତକୁ ନେବ ବୋଲି ଏହାର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି।

ସମ୍ବନ୍ଧିତ ଖବର