ଭୁବନେଶ୍ୱର: କୂଅ ଭିତରୁ ମହିଳା ଡାକ୍ତର ଉଦ୍ଧାର, ହସ୍ପିଟାଲରେ ମୃତ ଘୋଷିତ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ମହିଳା ଡାକ୍ତରଙ୍କୁ କୂଅ ଭିତରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମହିଳା ଡାକ୍ତର ସଂଘମିତ୍ରା ମିଶ୍ରଙ୍କୁ ସୋମବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ସେ ଆଜି ସକାଳୁ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ପାଇ ନଥିଲେ।

ରାତିରେ ତାଙ୍କୁ କୂଅ ଭିତରେ ପଡ଼ିଥିବାର ଦେଖାଯାଇଥିଲା। ଏହା ପରେ ଦମକଳ ବାହିନୀଙ୍କୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ମହିଳା ଡାକ୍ତରଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଡାକ୍ତରମାନେ ଡାକ୍ତର ସଂଘମିତ୍ରାଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାର ପ୍ରକୃତ କରାଣ ଜଣାପଡ଼ି ନଥିଲା।

ସମ୍ବନ୍ଧିତ ଖବର