‘ୟୁ କ୍ୟାନ୍‌ ଚେଞ୍ଜ୍‌ ୟୋର ଚାଇଲଡ୍‌ସ ଡେଷ୍ଟିନି’ ପୁସ୍ତକ ଉନ୍ମୋଚିତ

‘ଆର୍ଟ ଅଫ୍‌ ହୋଲିଷ୍ଟିକ୍‌ ପ୍ୟାରେଣ୍ଟିଙ୍ଗ୍‌’ ଉପରେ ସର୍ବାଧିକ ଗୁରୁତ୍ୱ

ଚନ୍ଦ୍ରଶେଖରପୁର: ପଟିଆସ୍ଥିତ ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ରଚିତ ‘ୟୁ କ୍ୟାନ୍‌ ଚେଞ୍ଜ୍‌ ୟୋର ଚାଇଲଡ୍‌ସ ଡେଷ୍ଟିନି’ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ‘ଆର୍ଟ ଅଫ୍‌ ହୋଲିଷ୍ଟିକ୍‌ ପ୍ୟାରେଣ୍ଟିଙ୍ଗ’ ଉପରେ ପର୍ଯ୍ୟବସିତ ଏହି ପୁସ୍ତକରେ ସନ୍ତାନର ଭାଗ୍ୟ ପରିବର୍ତନରେ ପିତାମାତାଙ୍କ ଅବଦାନ ଏବଂ କର୍ତବ୍ୟ ସଂପର୍କିତ କଳାତ୍ମକ ଦିଗ ପ୍ରତି ଆଲୋକପାତ କରାଯାଇଛି। ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିଥିଲେ। କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ଡ. ହରେକୃଷ୍ଣ ଶତପଥୀ, ରୋଟାରିଆନ୍‌ ଅଜୟ ଅଗ୍ରୱାଲ, ଜାଭିୟର ଇଣ୍ଟରନ୍ୟାସ୍‌ନାଲ ସ୍କୁଲର ଅଧ୍ୟକ୍ଷ ବଦ୍ରିନାରାୟଣ ପଟ୍ଟନାୟକ, ରୋଟାରିୟାନ୍‌ ଅଶୋକ ପଣ୍ଡା, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ ବିଜୟ କୁମାର ସାହୁ, ରୋଟାରିୟାନ୍‌ ରବି ନନ୍ଦ, ଆଇଏଫ୍‌ଏସ୍‌ ବିନୋଦ କୁମାର, ବିଦ୍ୟାଳୟର ନିର୍ଦେଶିକା ଇନ୍ଦୁମତୀ ରାୟ ପ୍ରମୁଖ ପୁସ୍ତକ ଉନ୍ମୋଚନ ସମାରୋହରେ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଡ. ମୀନକେତନ ଏହା ପୂର୍ବରୁ ଆମ୍‌ ଆଇ ବେଟର୍‌ ଦାନ୍‌ ଏଷ୍ଟରଡେ, ଦ ସିକ୍ରେଟ୍‌ ଅଫ୍‌ ସକ୍‌ସେସ୍‌, ମାଇ ଭ୍ୟାଲ୍ୟୁ ସଙ୍ଗ୍‌, ବୁକ୍‌ ଅଫ୍‌ ଭ୍ୟାଲ୍ୟୁ ଗେମ୍‌ସ, ଭ୍ୟାଲ୍ୟୁ ଆକ୍ଟିଭିଟି ବୁକ୍‌, ଲୁକ୍‌ ଲର୍ଣ୍ଣ ଆଣ୍ଡ୍‌ ସେ ଭଳି ପୁସ୍ତକ ରଚନା କରିଛନ୍ତି।

ସମ୍ବନ୍ଧିତ ଖବର