ବିଜେଡିରେ ମିିଶିଲେ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର : ବିଜେଡିର ମିଶ୍ରଣ ପର୍ବ ଅଭିଯାନରେ ଆଜି କେନ୍ଦ୍ରାପଡା ଜିଲ୍ଲା ସାମିଲ ହୋଇଛି। ଆଜି ସକାଳେ ନବୀନ ନିବାସରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଏହି ଅବସରରେ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କୁ ଦଳକୁ ସ୍ୱାଗତ କରି କହିଥିଲେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଦଳ ଆହୁରି ଶକ୍ତିଶାଳୀ ହେବ।

ଆଜିର ଏହି ମିଶ୍ରଣ ପର୍ବରେ ଜିଲ୍ଲା ବାର୍‌ ଆସୋସିଏସନ୍‌ ସଭାପତି ତଥା ପୂର୍ବତନ ବିଜେପି କାଉନ୍‌ସିଲର ଦେବଦାସ ମହାନ୍ତି, କେନ୍ଦ୍ରାପଡ଼ା ମ୍ୟୁନିସିପାଲ୍‌ଟିର ୱାର୍ଡ ନଂ୮ର କାଉନ୍‌ସିଲର ପ୍ରକାଶ ପରିଡ଼ା, ୱାର୍ଡ ନଂ୧୧ର କାଉନ୍‌ସିଲର ଲିଆକତ ଅଲ୍ଲୀ, ପୂର୍ବତନ କାଉନ୍‌ସିଲର ବାସନ୍ତୀ ମନ୍ତ୍ରୀ, ରଶ୍ମୀରଞ୍ଜନ ଦାସ, ଛବିନାରାୟଣ ପତି, ଅଭିମନ୍ୟୁ ନାୟକ, ରମାନାଥ ମହାନ୍ତି, ଆମ୍‌ ଆଦମୀ ପାର୍ଟିର ଜିଲ୍ଲା ସଂଯୋଜକ ଅବଦୁଲ୍‌ ମଲ୍ଲିକଙ୍କ ସମେତ ୫୭ଜଣ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

ସେହିପରି କେନ୍ଦ୍ରାପଡ଼ା ବ୍ଲକର ଇନ୍ଦୁପୁର ସରପଞ୍ଚ ରୀନା ମଲ୍ଲିକ, କେଶପୁର ସରପଞ୍ଚ ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡ଼ାଇ, ଶ୍ୟାମସୁନ୍ଦରପୁର ସମିତି ସଭ୍ୟ ପ୍ରସନ୍ନ କୁମାର ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଦାମ ବେହେରାଙ୍କ ସମେତ ୧୭ଜଣ କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ ପୁରୁଷୋମପୁର, କୋର, ବାରୋ, ଢୋଲ, ସାନମାଣିତିଆ, ଗାଙ୍ଗପଡ଼ା ପଞ୍ଚାୟତର କଂଗ୍ରେସ ନେତୃମଣ୍ଡଳୀ ମଧ୍ୟ ବିଜେଡେର ଯୋଗଦେଇଛନ୍ତି।

ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ ସରପଞ୍ଚ ରମେଶ ଦାସ, ବୋଲୁରିଆ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ରାଉତ, ଯୁବ କଂଗ୍ରେସ ସଭାପତି ଜନ୍ମେଜୟ ନାୟକଙ୍କ ସମେତ ବୋଲୁରିଆ, ନୀଳକଣ୍ଠପୁର, ଅଳପୁଆ ପଞ୍ଚାୟତର କଂଗ୍ରେସ କର୍ମକର୍ତ୍ତା ସାମିଲ ହୋଇଥିଲେ। ଏହି ମିଶ୍ରଣ ସମାରୋହକୁ ଦଳର ସାଧାରଣ ସଂପାଦକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସଂଯୋଜନା କରିଥିବା ବେଳେ ଦଳର ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲିକ, ବିଧାୟକ କିଶୋର ତରାଇ, ରାଜ୍ୟ ସଂପାଦକ ବିଜୟ ନାୟକ, ଜିଲ୍ଲା ସଭାପତି ଧ୍ରୁବ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡ଼ା, ଆପିକଲ ଅଧ୍ୟକ୍ଷ କୃତିବାସ ପାତ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପଣ୍ଡାଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର