ନୈତିକତା ଦୃଷ୍ଠିରୁ କୋରାପୁଟ ବିଧାୟକ ଇସ୍ତଫା ଦେଇଛନ୍ତି: ପ୍ରଦୀପ ମାଝୀ

ଲକ୍ଷ୍ମୀପୁର: ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ନୈତିକତା ଦୃଷ୍ଟିରୁ କୋରପୁଟ ବିଧାୟକ ଇସ୍ତଫା ଦେଇଛନ୍ତି। ଲକ୍ଷ୍ମୀପୁର ବ୍ଲକ କଂଗ୍ରେସର ସାଂଗଠନିକ ବୈଠକରେ ଯୋଗଦେବା ଅବସରରେ ବରିଷ୍ଠ କଂଗ୍ରେସ ନେତା ପରାମର୍ଶ ଦେଇଛନ୍ତି ଯେ, ପୁରୁଣା କଂଗ୍ରେସ କର୍ମୀମାନେ ଦଳକୁ ସୁଦୃଢ଼ କରିବାକୁ ଲାଗିପଡନ୍ତୁ। ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଯୋଗଦେଇ ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର କର୍ମକର୍ତାମାନଙ୍କ ସହ ଆଲୋଚନା କରିଥିଲୋ ବିଶେଷ କରି ‘ମୋ ବୁଥ୍‌ ମୋ ଗୌରବ’ କାର୍ଯ୍ୟକ୍ରମ ଅନୁଯାୟୀ ସମସ୍ତ ପୁରୁଣା କଂଗ୍ରେସ୍‌ କର୍ମୀମାନେ ତୃଣମୁଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ସଜାଇ ନିଜ ନିଜ ବ୍ଲକରେ କଂଗ୍ରେସକୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲୋ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୪ଟି ଯାକ ବ୍ଲକରେ କଂଗ୍ରେସ ଦବଦବା ଜାରି ରଖିଥିବା ବେଳେ ପ୍ରତ୍ୟକ ମାସରେ ବୈଠକ କରାଯିବା ସହ କଂଗ୍ରେସ ପ୍ରତି ଅଧିକ ସମୟ ଦେଉଥିବା ନିଜେ ବିଧାୟକ ପ୍ରକାଶ କରିଥିଲୋ

ସମ୍ବନ୍ଧିତ ଖବର