ଭାରତୀୟ ବାୟୁସେନାକୁ ଦୁର୍ବଳ କରିବାକୁ କଂଗ୍ରେସ ଉଦ୍ୟମ କରୁଛି : ମୋଦି

ନୂଆଦିଲ୍ଲୀ :  ସଂସଦରେ ଏବେ ଚାଲିଥିବା ବଜେଟ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଅମଳରେ ଯେତୋଟି ପ୍ରତିରକ୍ଷା ଡିଲ ହୋଇଥିଲା ସବୁଥିରେ ଜଣେ ଲେଖାଏଁ ମଧ୍ୟସ୍ଥି ରହିଆସିଛନ୍ତି । କିନ୍ତୁ ତାଙ୍କ ସରକାର ଆସିବା ପରେ ଏହି ମଧ୍ୟସ୍ଥି ପ୍ରଥାକୁ ଉଚ୍ଛେଦ କରିଛନ୍ତି । କଂଗ୍ରେସ ନିଜ ସମୟରେ ଦେଶର ସବୁ କେନ୍ଦ୍ରୀୟ ସଂସ୍ଥାକୁ ହେୟଜ୍ଞାନ କରୁଥିଲା । ଯୋଜନା ଆୟୋଗକୁ ଜୋକରଙ୍କ ଏକ ଗୋଷ୍ଠୀ ବୋଲି କୁହାଯାଉଥିଲା । କଂଗ୍ରେସ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ହେବା ଚାହୁଁନାହିଁ । କେଉଁ କମ୍ପାନିର ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ରାଫେଲ ଡିଲ ବାତିଲ  କରିବାକୁ ଉଦ୍ୟମ କରୁଛି ବୋଲି ମୋଦି ଅଭିଯୋଗ କରିଛନ୍ତି ?

ତାଙ୍କ ସରକାର ସବୁବେଳେ ସାଧାରଣ ଲୋକଙ୍କ ସୁବିଧା ପାଇଁ କାମ କରିଆସିଛି । ଏବେ ହାର୍ଟରେ ଲାଗୁଥିବା ଷ୍ଟେଣ୍ଟ,ନି ସର୍ଜରୀ, ଔଷଧ ଆଦି ଶସ୍ତା ହୋଇଯାଇଛି । ସେ କହିଛନ୍ତି ଯେ କେଉଁ କାରଣରୁ ଏଲଇଡି ବଲବର ଦର ଏତେ ମହଙ୍ଗା ଥିଲା ? କଂଗ୍ରେସ ସରକାରରେ ରହିଲେ ସବୁବେଳେ ଦରଦାମ ଉଚ୍ଚା ଥାଏ । କଂଗ୍ରେସ ଓ ମହଙ୍ଗାଇ ଏକ ଯୋଡି ।

ସମ୍ବନ୍ଧିତ ଖବର