କୋରାପୁଟ: କ୍ରୀଡାରେ ବ୍ୟସ୍ତ ଥିଲେ ଦୁଇଟି ୮ଫୁଟିଆ ସାପ, ସାପକୁ ଧରି ଜଙ୍ଗଲରେ ଛାଡ଼ିଲେ ସ୍ଥାନୀୟ ଲୋକେ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଈଶ୍ୱର ଚନ୍ଦ୍ର ସାହୁଙ୍କ ଗାଇଗୁହାଳରେ ଗୁରୁବାର ୮ଫୁଟ ଲମ୍ବର ଆଡଗୁଣିଚା ସାପ ଦୁଇଟି ଦିର୍ଘ ୪ଘଣ୍ଟା କ୍ରିଡା କରିଛନ୍ତି। ସ୍ଥାନୀୟ ଲୋକଙ୍କ ଦ୍ୱାରା ସାପଦୁଇଟିକୁ କାବୁ କରାଯାଇ ନାଳଚୁଆଁ ନିକଟସ୍ଥ ଜଙ୍ଗଲରେ ଏହାକୁ ଛଡାଯାଇଛି। ଆଜି ଅପରାହ୍ନ ପ୍ରାୟ ଗୋଟାଏରେ ଗାଇଗୁହାଳ ଭିତରେ ଦୁଇଟି ସାପ କ୍ରୀଡାରତ ଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲାା

ସାପଦୁଇଟିକୁ କିପରି ଧରାଜିବ ସେଥି ସକାଶେ ଜଙ୍ଗଲ ବିଭାଗକୁ ମଧ୍ୟ ଖବର ଦିଆଯାଇଥିଲା, କିନ୍ତୁ ଜଙ୍ଗଲ ବିଭାଗ ସାପଧରାଳି ସେପରି କେହି ନଥିବା ପ୍ରକାଶ କରିଥିବା ବେଳେ କେହି ଧରିଲେ ଜଙ୍ଗଲରେ ଛାଡିବ ବ୍ୟବସ୍ଥା କରାଯାଇପାରିବ ବୋଲି କହିଥିଲୋ କିଛି ସମୟ ପରେ ଦୁଇଟି ବଡ ବଡ ସାପ କ୍ରୀଡାରତ ଅବସ୍ଥାରେ ଖବର ପ୍ରଚାର ହେବା ପରେ ଅନେକ ଲୋକେ ଗାଇଗୁହାଳରେ ପହଞ୍ଚି ଦେଖିଥିଲେ ଓ ବିଭିନ୍ନ ପ୍ରକାର ପୋଷାକ ଓ ଖିର ମଧ୍ୟ ପ୍ରଦାନ କରି ଦେଖିକି ରହିଯାଇଥିଲୋ ସାପ କ୍ରୀଡାରତ ଖବର ଲକ୍ଷ୍ମୀପୁରର ଜଣାଶୁଣା ଶିକ୍ଷକ ଏ ରମେଶ କୁମାର ଜାଣିବା ପରେ ତାଙ୍କ ସହଯୋଗୀ ମନ୍ଦିର ପୂଜକ ସିନାଡୁ ପୂଜାରି ସହ ଆସି ଦୁଇଟି ଯାକ ସାପକୁ ଗୋଟିଏ ପରେ ଗୋଟିଏ ସାପକୁ ଅତି ସହଜ ଉପାୟରେ କାବୁ କରି ସୁରକ୍ଷିତ ଭାବେ ୪କିଲୋମିଟର ଦୂର ନାଳଚୁଆଁ ଜଙ୍ଗଲରେ ନେଇଁ ଗୋଟିଏ ସ୍ଥାନରେ ହିଁ ଛାଡିଦେଇଥିଲୋ

ସମ୍ବନ୍ଧିତ ଖବର