ସେକ୍ସ ସିଡି ବିଜେପିର ପୁରୁଣା ରାଜନୀତି: ହାର୍ଦ୍ଦିକ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବଚନ ପାଖେଇ ଆସୁଥିବା ବେଳେ ସେଠାରେ ସବୁ ରାଜନୈତିକ ଦଳମାନଙ୍କର ପ୍ରଚାର ଏବେ ସରଗରମ ହୋଇଉଠିଛି। ପ୍ରଚାର କାଳରେ ସାମାନ୍ୟରୁ ସାମାନ୍ୟତମ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି ରାଜନୈତିକ ଦଳଗୁଡ଼ିକ। ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳରଗୁଡ଼ିକ ମଧ୍ୟରେ ଆରୋପ ପ୍ରତିଆରୋପ ଚରମ ସୀମାରେ ପହଞ୍ଚିଛି।

ଏହି ପରିପ୍ରେକ୍ଷୀରେ ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଏକ ସେକ୍ସ ସିଡିର ଖୁଲାସା ହେବା ଘଟଣା ଗୁଜୁରାଟ ନିର୍ବାଚନ ପ୍ରଚାର ମଇଦାନ୍‌ରେ ଉଷ୍ମତା ଭରି ଦେଇଛି। ସୋମବାର ପ୍ରଘଟ ହୋଇଥିବା ଏହି ସେକ୍ସ ସିଡିରେ ହାର୍ଦ୍ଦିକଙ୍କୁ ଏକ ହୋଟେଲ୍‌ ରୁମ୍‌ ଭିତରେ ଜନୈକା ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଦେଖିବା ପାଇଁ ମିଳୁଛି। ଏହି ସିଡିଟି ଗୁଜୁରାଟର କେତେକ ସ୍ଥାନୀୟ ଟିଭି ଚ୍ୟାନେଲରେ ପ୍ରସାରିତ ହେବା ପରେ ଏହାକୁ ନେଇ ଏବେ ଗୁଜୁରାଟରେ ରାଜନୀତି ଜୋର ଧରଛି। ଅନ୍ୟପକ୍ଷରେ ହାର୍ଦ୍ଦିକ ଏହି ଘଟଣାରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଦାୟୀ କରିବା ସହ ଏହା ସଂପୃକ୍ତ ଗେରୁଆ ଦଳର କଳୁଷିତ ରାଜନୀତି ବୋଲି କହିଛନ୍ତି।

‘ନିର୍ବାଚନରେ ବିପର୍ଯ୍ୟୟ ନିଶ୍ଚିତ ବୋଲି ଜାଣିବା ପରେ ଶାସକ ଗେରୁଆ ଦଳ ପକ୍ଷରୁ ଏପରି ହୀନ ରାଜନୀତି ଆରମ୍ଭ ହୋଇଛି। ହେଲେ, ଏହା ଗୁଜୁରାଟର ସମସ୍ତ ମହିଳାଙ୍କ ପାଇଁ ଏକ ଅପମାନ,’ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ହାର୍ଦ୍ଦିକ୍‌। ସେକ୍ସ ସଡି ଗେରୁଆ ଦଳର ପୁରୁଣା ରାଜନୀତି ବୋଲି ମଧ୍ୟ କହିଛନ୍ତି ହାର୍ଦ୍ଦିକ।

ସମ୍ବନ୍ଧିତ ଖବର