ଆଇଆଇଟି-ମାଡ୍ରାସ୍‌ କ୍ୟାମ୍ପସ୍‌ରେ ଛାତ୍ରୀ ଓ ଛାତ୍ରଙ୍କ ଆଲିଙ୍ଗନ ଫଟୋ ଉଠାଇ ନିଜ ମୋବାଇଲ୍‌ ହରାଇଲେ କିରାଣି

ଆଇଆଇଟି-ମାଡ୍ରାସ୍‌ କ୍ୟାମ୍ପସ୍‌ରେ ଜଣେ ଛାତ୍ରୀ ତାଙ୍କର ଜଣେ ବନ୍ଧୁଙ୍କୁ ଆଲିଙ୍ଗନ କରୁଥିବା ବେଳେ ଜଣେ କିରାଣି ସେ ଦୃଶ୍ୟାବଳୀର ଭିଡିଓ ଉତ୍ତୋଳନ କରିଥିଲେ। ତାଙ୍କର ଏପରି ‘ଅନୈତିକ’ ଏବଂ ‘ଅଶାଳୀନ’ ଆଚରଣ ବିଷୟରେ ଅଭିଯୋଗ କରିବେ ବୋଲି ପରେ ଛାତ୍ରୀଜଣଙ୍କୁ ସେ କିରାଣି ଧମକ ଦେଇଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ଛାତ୍ରଛାତ୍ରୀମାନେ ହୋହଲ୍ଲା କରିବା ପରେ ପୁଲିସରେ ଅଭିଯୋଗ କରାଯାଇଥିଲା। ଆଇଆଇଟି-ମାଡ୍ରାସ୍‌ର ଛାତ୍ରଛାତ୍ରୀମାନଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‍ରୁ ଜଣାଯାଏ ଯେ ଇଞ୍ଜିନିୟରିଙ୍ଗ୍‌ ବିଭାଗର ଜଣେ କିରାଣି ବିନା ସମ୍ମତିରେ ଜଣେ ଅଣ୍ଡର୍‌ଗ୍ରାଜୁଏଟ୍‌ଙ୍କ ଫଟୋ ଉତ୍ତୋଳନ କରିଥିଲେ।

କ୍ୟମ୍ପସ୍‌ ମଧ୍ୟସ୍ଥ ଗୋଟାଏ ମୁକ୍ତ ଏବଂ ସର୍ବସାଧାରଣ ସ୍ଥାନରେ ସେ ଛାତ୍ରୀଜଣକ ତାଙ୍କର ପୁରୁଷ ବନ୍ଧୁଙ୍କୁ ନିବିଡ଼ ଆଲିଙ୍ଗନ କରିଥିଲେ।
କର୍ମଚାରୀଜଣକ ଏହାର ଭିଡିଓ ଉତ୍ତୋଳନ କରି ପକାଇବା ସହ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଛାତ୍ରୀଙ୍କୁ ଧମକ ଦେଇଥିଲେ। ପ୍ରତିବାଦ କରି ଛାତ୍ରୀ ଜଣକ ଭିଡିଓ ଓ ଫଟୋ ଡିଲିଟ୍‌ କରିବାକୁ ଦାବି କରିବାରୁ କିରାଣି ଜଣକ କହିଲେ ଯେ ଅତୀତରେ ମଧ୍ୟ ଏମିତି ଘଟିଛି ଏବଂ ସେ ଛାତ୍ରଛାତ୍ରୀମାନଙ୍କୁ ଏ ଭଳି ଧମକ ଦେଇଛନ୍ତି।

ଏଥର ଛାତ୍ରୀଜଣକ ଚିଫ୍‌ ସିକ୍ୟୁରିଟି ଅଫିସର୍‌ଙ୍କ ନିକଟରେ ଅଭିଯୋଗ କରିବା ପରେ ସେ କିରାଣିଙ୍କ ଠାରୁ ତାଙ୍କର ଫୋନ୍‌ଟି ଆଣି ଭିଡିଓ ଡିଲିଟ୍‌ କରିଥିଲେ। ତାଙ୍କର ଫୋନ୍‌ଟି ମଧ୍ୟ ବ୍ୟାଜାପ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର