ତାଜମହଲରେ ପୂଜାର୍ଚ୍ଚନା କରିଲେ ତିନିଜଣ ମହିଳା

ଆଗ୍ରା : ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳିଛି କି ତିନିଜଣ ମହିଳା ଉତ୍ତର ପ୍ରଦେଶର ଆଗ୍ରାଠାରେ ଥିବା ବିଶ୍ୱବିଖ୍ୟାତ ତାଜମହଲର ମସଜିଦ୍‌ରେ ପୂଜାର୍ଚ୍ଚନା କରୁଛନ୍ତି। ଏମାନେ ପ୍ରଥମେ ସେଠାରେ ଧୂପ-ଦୀପ ଜଳାଇଥିଲେ ଓ ଗଙ୍ଗା ଜଳ ଛିଞ୍ଚିଥିଲେ। ଏହି ଘଟଣା ସଂପର୍କରେ ସଂଗଠନର ଜିଲ୍ଲା ସଭାପତି ମୀନା ଦେବୀ ଦିବାକର କହିଛନ୍ତି ଯଦି ମୁସଲମାନ୍‌ମାନେ ଏଠାରେ ପ୍ରତିଦିନ ନମାଜ୍‌ ପଢ଼ିବାକୁ ଅନୁମତି ପାଇଛନ୍ତି,ତାହା ହେଲେ ଏଠାରେ ତେଜୋ ମହାଳୟରେ ହିନ୍ଦୁମାନେ ପୂଜାର୍ଚ୍ଚନା କରିବାରେ ଅସୁବିଧା କେଉଁଠି ରହିଛି। ଏହି ସଂଗଠନ ତାଜମହଲକୁ ତେଜ ମହାଳୟ ବୋଲି କହୁଛନ୍ତି।

ଏ ଏସ୍‌ ଆଇର ସୁପରିନ୍‌ଟେଣ୍ଡେଣ୍ଟ୍‌ ଆର୍କାଲୋଜିଷ୍ଟ୍‍ଙ୍କୁ  ପଚାରିବାପରେ ସେ କହିଛନ୍ତି ଏ ଘଟଣାର ତଦନ୍ତ କରାଯାଇଛି। ସେ କହିଛନ୍ତି ଯେ ଏବେ ସିସିଟିଭି ଫୁଟେଜର ଯାଞ୍ଚ ଚାଲିଛି , କିନ୍ତୁ ଘଟଣାସ୍ଥଳରୁ ସେମାନଙ୍କୁ କୌଣସି ଧୂପ ବା ପୂଜା ସାମଗ୍ରୀ ମିଳିନାହିଁ। ମସଜିଦ୍‌ର ଇମାମ୍‌ ସାଦିିକ୍‌ ଅଲ୍ଲୀ କହିଛନ୍ତି ଯେ,ମସଜିଦରେ ପୂଜା କରିବା ଠିକ୍‌ ନୁହେଁ। ଯେଉଁମାନେ ଏଭଳି କରିଛନ୍ତି ,ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର