ଶାହୀନବାଗରେ ଧାରଣାରେ ବସିଥିବା ଲୋକମାନଙ୍କୁ ଖାଇବାକୁ ଦେବା ପାଇଁ ନିଜ ଘର ବିକି ଦେଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଗତ ଦୁଇ ମାସ ହେଲାଣି ଦିଲ୍ଲୀର ଶାହୀନବାଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଲୋକେ ଧାରଣାରେ ବସିଛନ୍ତି। ଏହି ଦୁଇ ମାସ ମଧ୍ୟରେ ଶାହୀନବାଗରେ କେତେବେଳେ ଟ୍ରାଫିକ ଜାମ୍ ତ କେତେବେଳେ ଗୁଳିଚାଳନା ଭଳି ଘଟଣା ଘଟିସାରିଛି। ଏତେ ସବୁ ପରେ ମଧ୍ୟ ଲୋକେ ଧାରଣାରେ ବସି ରହିଛନ୍ତି। ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଅନେକ ପରିବର୍ତ୍ତନ ଆସିିଥିଲେ ମଧ୍ୟ ଗୋଟିଏ  ଜିନିଷ ଆଜି ପର୍ଯ୍ୟନ୍ତ ବଦଳି ନାହିଁ, ତାହା ହେଉଛି ସେଠାରେ ଲୋକମାନଙ୍କ ପାଇଁ ଚାଲୁଥିବା ଲଙ୍ଗର୍ ବା ମୁକ୍ତ ଭୋଜନ।

Image result for advocate-ds-bindra-sold-his-flat-for-shaheen-bagh-langar
Jansatta

ତେବେ ଲୋକମାନଙ୍କୁ ଖାଇବା ଯୋଗାଇବା ପାଇଁ ଡିଏସ୍ ବିନ୍ଦ୍ରା ନାମକ ଜଣେ ଓକିଲ ନିଜ ଘର ବିକ୍ରି କରିଦେବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଡିଏସ୍ ବିନ୍ଦ୍ରାଙ୍କ କହିବା ମୁତାବକ, ଧାରଣାରେ ବସିଥିବା ଲୋକମାନଙ୍କୁ ଯେମିତି ଖାଇବାରେ କୌଣସି ପ୍ରକାରର ସମସ୍ୟା ନହେଉ, ସେ ଚେଷ୍ଟା ମୁଁ କରିଆସୁଛି। ମୁଁ ପ୍ରଥମେ ଏଠାରେ ଲୋକଙ୍କ ସେବା ପାଇଁ ଲଙ୍ଗର ଆରମ୍ଭ କରିଥିଲି। କିନ୍ତୁ ଏତେ ସଂଖ୍ୟକ ଲୋକଙ୍କ ପାଇଁ ଅଧିକ ଟଙ୍କା ଦରକାର ହେବାରୁ ମୁଁ ମୋର ୩ଟି ଘର ମଧ୍ୟରୁ ‌ଗୋଟେ ଘର ବିକ୍ରି କରିବାକୁ ନିଷ୍ପତ୍ତି ନେଲି। ଗୁରୁଦ୍ବାରରେ ଦାନ କରିବା ସହ ଏଭଳି କାମ ମଧ୍ୟ ମୋତେ କରିବା ଦରକାର ବୋଲି ମୋ ପିଲାମାନେ ମୋତେ କହିଥିଲେ, ଯାହା ପରେ ମୁଁ ଶାହୀନବାଗରେ ଲଙ୍ଗର ଆରମ୍ଭ କରିଥିଲି।

ସମ୍ବନ୍ଧିତ ଖବର