ସାମ୍ନାକୁ ଆସିଲା ବରମୁଡ଼ା ଟ୍ରାଙ୍ଗେଲରେ ହଜି ଯାଉଥିବା ବଡ଼ ବଡ଼ ଜାହାଜର ରହସ୍ୟ, ସମୁଦ୍ରର ଏହି ଅଜବ ଶକ୍ତି ପାଇଁ ଏହା ପାଲଟିଛି ଦୁର୍ଘଟଣାସ୍ଥଳୀ

ମିୟାମି : ଦୀର୍ଘ ଦିନ ପରେ ବିଶ୍ୱର ଏକ ବହୁଚର୍ଚ୍ଚିତ ରହସ୍ୟ ଉପରୁ ପରଦା ଉଠିଛି । ପ୍ରଶାନ୍ତ ମହାସାଗରରେ ଥିବା ବରମୁଡ଼ା ଟ୍ରଙ୍ଗେଲରେ କ’ଣ ପାଇଁ ବଡ଼ ବଡ଼ ଜାହାଜ ହଜିଯାଇଥାଏ ତାହାର କାରଣ ଖୋଜି ବାହାର କରିଛନ୍ତି ବୈଜ୍ଞାନିକ । ବରମୁଡ଼ା ଟ୍ରଙ୍ଗେଲରେ ହଜି ଯାଉଥିବା ଜାହାଜ ଏବଂ ତା’ ଉପର ଦେଇ ଉଡି ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପଛର କାରଣ ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି । ପୂର୍ବରୁ ଏହି ଦୁର୍ଘଟଣା ପଛରେ ଏକ ସାମୁଦ୍ରିକ ଦାନବ ବା କୌଣସି ଏଲିୟନର ହାତ ଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ଏହା ପଛର କାରଣ ଖୋଜି ପାଇଛନ୍ତି ବୈଜ୍ଞାନିକ । ଏହା କୌଣସି ସାମୁଦ୍ରିକ ଦାନବ ବା କୌଣସି ଏଲିୟନର କାମ ନୁହେଁ ବରଂ ସମୁଦ୍ରର ପାଣି ଏବଂ ଏହି ସ୍ଥାନରେ ହେଉଥିବା ପବନ ହିଁ ଦୁର୍ଘଟଣା ପାଇଁ ଦାୟୀ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

news.raftaar.in

ଏଠାରେ ଉଠୁଥିବା ସମୁଦ୍ର ଢ଼େଉ ବହୁତ ଉଚ୍ଚ ହୋଇଥିବାରୁ ପାଣିରେ ଯାଉଥିବା ଜାହାଜ ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ଉତ୍ତର ଆଣ୍ଟଲାଟିକାରେ ଥିବା ବରମୁଡ଼ା ଟ୍ରାଙ୍ଗେଲ ମିଆମି, ବରମୁଡ଼ା ଏବଂ ରିକୋ ମଧ୍ୟରେ ଅବସ୍ଥିତ । ଏହି କାରଣରୁ ପାଇଁ ବରମୁଡ଼ା ଟ୍ରଙ୍ଗେଲର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱରୁ ଭୟଙ୍କର ଝଡ଼ ସୃଷ୍ଟି ହୋଇଥାଏ । ଜୋରରେ ପବନ ହେବାରୁ ସମୁଦ୍ରର ଲହଡ଼ି ମଧ୍ୟ ଉଚ୍ଚ ହୋଇଥାଏ । ବେଳେ ବେଳେ ସମୁଦ୍ରର ଲହଡ଼ି ୧୦୦ଫୁଟ୍‌ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ । ଯେଉଁଥି ପାଇଁ ଏଭଳି ଦୁର୍ଘଟଣା ଘଟିଥାଏ । ୧୯୧୮ରେ ୩୦୬ଜଣଙ୍କୁ ନେଇ ଯାଉଥିବା ଜାହାଜ ଦୁଇ ପଟୁ ଆସୁଥିବା ଲହଡ଼ିରେ ପିଟି ହୋଇ ବୁଡ଼ି ଯାଇଥିଲା, ଯାହାର ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳି ପାରି ନାହିଁ ।

ସମ୍ବନ୍ଧିତ ଖବର