ଝିଅକୁ ବଞ୍ଚାଇବା ପାଇଁ ବାଘ ସହ ଲଢ଼େଇ କଲା ମା’

ବହରାଇଚ: ନିଜ ଝିଅର ଜୀବନ ବଞ୍ଚାଇବା ପାଇଁ ଜଣେ ମା’ ବାଘ ସହିତ ଲଢ଼େଇ କରିଥିବାର ଘଟଣା ଉତ୍ତରପ୍ରଦେଶର ବହାରାଇଚ ଜିଲ୍ଲାରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଏଭଳି ଏକ ଘଟଣା କତର୍ନିୟାଘାଟ ଅଭୟାରଣ୍ୟର ସୁଜୋଲି ରେଞ୍ଜସ୍ଥିତ ଜଙ୍ଗଲକୁ ଲାଗି ବନକଟି ରମପୁରବା ଗ୍ରାମରେ ଘଟିଛି। ଆଜମଗଢ଼କୁ ସିଧୁ ତାଙ୍କ ଭାଇର ବାହାଘର ଉତ୍ସବରେ ଯୋଗ ଦେବାକୁ ଆସିଥିଲେ। ବୁଧବାର ସକାଳେ ୧୨ବର୍ଷର ଝିଅ ଖୁସବୁକୁ ନେଇ ଶୌଚ ହେବାକୁ କ୍ଷେତକୁ ଯାଇଥିଲେ। ତେବେ ସେଠାରେ ହଠାତ୍‌ ଏକ ବାଘ ଖୁସବୁ ଉପରକୁ ଆକ୍ରମଣ କରିଥିଲା। ସିଧୁ ଉପରେ ବାଘ ଆକ୍ରମଣ କରୁଥିବା ଦେଖି ମା’ ନିଜ ଜୀବନକୁ ବାଜି ଲାଗାଇ ଦେଇ ବାଘ ସହିତ ୫ରୁ ୭ମିନିଟ୍‌ ପର୍ଯ୍ୟନ୍ତ ଲଢ଼ିଥିଲେ ଏବଂ ଗ୍ରାମବାସୀଙ୍କୁ ପାଟି କରି ଡକାଇଥିଲେ। ଗ୍ରାମବାସୀ ସିଧୁଙ୍କ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ବାଘ ଖୁସବୁକୁ ଛାଡ଼ି ଜାଙ୍ଗଲ ଭିତରକୁ ପଳାଇଥିଲା। ବାଘ ଆକ୍ରମଣରେ ଖୁସବୁ ଗୁରୁତର ଆହତ ହୋଇଥିଲା। ତାକୁ ସଙ୍ଗେସଙ୍ଗେ ମିହିପୁରବା ସିଏଚସି ହସ୍‌ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଖୁସବୁ ଅବସ୍ଥା ଗମ୍ଭୀର ହେବାରୁ ଜିଲ୍ଲା ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ଖୁସବୁର ଅବସ୍ଥା ସୁସ୍ଥ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର