ପ୍ରତିବର୍ଷ ଭାରତରେ ହୋଟେଲ ଶିଳ୍ପରେ ପ୍ରାୟ ପନ୍ଦର ପ୍ରତିଶତ ବୃଦ୍ଧି ପାଉଛି ବୋଲି ଜଣାଯାଇଛି। ବିଦେଶୀ କଂପାନୀମାନେ ଭାରତୀୟ ହୋଟେଲ୍ ଗ୍ରୁପମାନଙ୍କ ସହିତ ମିଶି ବ୍ୟବସାୟ କରିଲେଣି । ରେସ୍ତୁରାଁ ଓ ଫାଷ୍ଟଫୁଡ୍ ବ୍ୟବସାୟ ବି ପ୍ରତିବର୍ଷ ଦ୍ୱିଗୁଣିତ ହେଉଛି । ଏହା ଫଳରେ କ୍ୟାଟରିଙ୍ଗ୍ ଏକ ବ୍ୟବସାୟର ରୂପ ନେଇ ସାରିଲାଣି ।
Sambad is now on WhatsApp
Join and get latest news updates delivered to you via WhatsApp
କ୍ୟାଟରିଙ୍ଗ୍ କ୍ଷେତ୍ରରେ ସଫଳ ହେବା ପାଇଁ ସର୍ବପ୍ରଥମେ ବ୍ୟକ୍ତିଗତ ସଂପର୍କ ଜରୁରୀ । ଆଜିକାଲି ଛୋଟ ବଡ଼ ସବୁ ହୋଟେଲ୍ରେ କ୍ୟାଟରିଙ୍ଗ୍ ସଂପର୍କରେ ଜ୍ଞାନ ଥିବା ଲୋକଙ୍କର ଚାହିଦା ରହିଛି । ଏହି ବିଜିନେସ୍ ଏକା କରି ପାରିବେ କିମ୍ବା ଅନ୍ୟ କାହା ସହିତ ମିଶି କରି ମଧ୍ୟ କରି ପାରିବେ।
ଯଦି ଆପଣ ନିଜେ ଏକା ଏହି କାମରେ ହାତ ଦେବାକୁ ଚାହାଁନ୍ତି ତେବେ ନିଜ ଘରୁ କିମ୍ବା ଦୋକାନରୁ ଏହାର ଆରମ୍ଭ କରି ପାରନ୍ତି । ବିଭିନ୍ନ ପ୍ରକାରର ଖାଦ୍ୟ ସହିତ ଅପ୍ଡେଟ୍ ରହିବା ଏବଂ ନୂଆ ପ୍ରକାରର ଖାଦ୍ୟ ପରିବେଷଣ ଉପରେ ଧ୍ୟାନ ଦିଅନ୍ତୁ ।
କ୍ୟାଟ୍ରିଙ୍ଗ୍ ପାଇଁ ପ୍ରଥମେ କୌଣସି କୋର୍ସ ବା ଯୋଗ୍ୟତାର ଆବଶ୍ୟକ ନ ଥିଲା । କିନ୍ତୁ ଏବେ ଏଥିପାଇଁ ସାର୍ଟିଫିକେଟ୍ , ଡିପ୍ଲୋମା ଓ ଡିଗ୍ରୀ ଇତ୍ୟାଦି କୋର୍ସର ପ୍ରଚଳନ ହେଲାଣି । ଏଥିପାଇଁ କୌଣସି ସ୍ୱୀକୃତି ପ୍ରାପ୍ତ ବୋର୍ଡ଼ କିମ୍ବା ବିଶ୍ୱବିଦ୍ୟାଳୟ ରୁ ପ୍ଲସ ଟୁ ଶିକ୍ଷା ସମାପ୍ତି ଆବଶ୍ୟକ । ଏଥିରେ କ୍ୟାରିଅର୍ କରିବାକୁ ଚାହୁଁଥିଲେ ମୃଦୁଭାଷୀ, ଯେତେ କଷ୍ଟରେ ଥିଲେ ମଧ୍ୟ ମୁହଁରେ ତା’ର ପ୍ରତିଫଳନ ନ କରିବା, ସେବା ସତ୍କାର କୁ ନିଜର ଧର୍ମ ମନେ କରିବା ଭଳି ଗୁଣ ଥିବା ଦରକାର ।