‘ଆପ୍‌ ବହତ ଅଚ୍ଛା କାମ କରତେ ହୋ’: ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର କରିବା ସମୟରେ ସେନା ଯବାନଙ୍କୁ ସାଲ୍ୟୁଟ୍‌ ମାରି ଏପରି କହିଲା କୁନି ବାଳକ

ମୁମ୍ବାଇ: ବନ୍ୟା ହେତୁ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟା ପ୍ରପୀଡ଼ିତମାନଙ୍କୁ ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଓ ଭାରତୀୟ ସେନା ମିଳିତ ଭାବେ ଉଦ୍ଧାର କରୁଛନ୍ତି।

ନିକଟରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଜଣେ କୁନି ପିଲା ଉଦ୍ଧାରୀ କାର୍ଯ୍ୟରେ ଖୁସି ହୋଇ ସେନା ଯବାନଙ୍କୁ ସାଲ୍ୟୁଟ୍‌ ମାରି ତାଙ୍କର ପ୍ରଶଂସା କରୁଛି। କୁନି ପିଲାଟି ସେନା ଯବାନଙ୍କୁ କହୁଥିବାର ନଜର ଆସିଛି ଯେ ‘ଆପ୍‌ ବହତ ଅଚ୍ଛା କାମ କରତେ ହୋ’। ଅର୍ଥାତ ‘ଆପଣ ବହୁତ ଭଲ କାମ କରୁଛନ୍ତି।’

ଏହି ଭିଡିଓଟିକୁ ୨ ଲକ୍ଷ ଲୋକ ଦେଖି ସାରିଲେଣି। ଏହାକୁ ଇତି ମଧ୍ୟରେ ୩୦ ହଜାର ଲାଇକ୍‌ ମିଳି ସାରିଲାଣି। ୭ ହଜାର ଥର ଏହି ଭିଡିଓଟି ରି-ଟ୍ଵିଟ୍‌ ହେଲାଣି। ଏହି ଭିଡିଓଟିକୁ ବହୁ ଗ୍ରହଣୀୟତା ମିଳିଥିବାର ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର