ଆଗ୍ରା: ବକ୍ର-ଇଦ୍ ଚାଲିଥିବା ବେଳେ ଆଲିଗଡ଼ରେ ଆଲୋଚ୍ୟ ବିଷୟ ପାଲଟିଛି ଗୋଟାଏ ଅଢ଼େଇ ଫୁଟିଆ ଛେଳି। କମ୍ ଉଚ୍ଚତା ଏବଂ ସରୁ ଆଖି ଯୋଗୁଁ ଖାଉନ୍ଦ ଅବ୍ଦୁଲ୍ ଓ୍ଵାସିଦ୍ ତାକୁ ‘ଚାଇନିଜ୍’ ବୋଲି ଡାକନ୍ତି। କିନ୍ତୁ, ତା’ର ଚେହେରା ଓ ନାଁ ଯୋଗୁଁ ଅନେକ ତାହା ଚୀନ୍ରୁ ଆସିଛି ବୋଲି ବିଶ୍ୱାସ କରନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଳ୍ପ କିଛି ଦିନ ତଳେ ସ୍ଥାନୀୟ ଖବର ଚାନେଲ୍ ‘ଚାଇନିଜ୍’ ବିଷୟରେ ଖବର ପରିବେଶଣ କରିବା ପରେ ତାକୁ କିଣିବାକୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଥିଲା। କିନ୍ତୁ, ଓ୍ଵାସିଦ କହିଥିଲେ କି ସେଇଟା ବିକ୍ରି ହେବ ନାହିଁ।
ଓ୍ଵାସିଦ୍ କହନ୍ତି: ମୋ ପରିବାର ପାଇଁ ’ଚାଇନିଜ୍’କୁ ହଲାଲ୍ କରିବି। ଯାହାବି ହେଉ ବକ୍ର-ଇଦ୍ ଦିନ ତାକୁ ନ ମାରି ଆଉ କିଛି ବଞ୍ଚାଇ ରଖିବି।
ବର୍ଷକର ଚାଇନିଜ୍ କିଛି ମାସ ତଳେ ୭୦ କିଲୋ ଓଜନ ହୋଇଥିଲା। ସେ ଛେଳି ଫଳ, ଶୁଖିଲା ଫଳ ଖାଏ ଓ କୋଲ୍ଡ୍ ଡ୍ରିଙ୍କ୍ସ୍ ପିଇବାକୁ ସୁଖ ପାଏ।
ପେପ୍ସି ଓ କୋକା-କୋଲା ପିଇଲେ ମଧ୍ୟ ଥମ୍ବ୍ସ୍-ଅପ୍ ତା’ର ପ୍ରିୟ। କାଠୁଆ ଜାଡ଼ରେ ବି ସେ ସେଥିରୁ ଦୁଇ ବୋତଲ ପିଇ ଯାଏ ବୋଲି ଓ୍ଵାସିଦ୍ କହନ୍ତି।
ଓ୍ଵାସିଦ୍ ଦାବି କରିଛନ୍ତି ଯେ ଛେଳିଟି ଅପୂର୍ବ। ସେ ଏ ଭଳି ଛେଳି କେଉଁଠି ଦେଖି ନାହାନ୍ତି। ନିକଟରେ ଦିଲ୍ଲୀ ମାର୍କେଟ୍ରେ ମଧ୍ୟ ସେ ଏ ଭଳି ଛେଳିଟିଏ ଦେଖି ନ ଥିଲେ। ‘ଚାଇନିଜ୍’ ପରି କେହି ନୁହନ୍ତି।
ଓ୍ଵାସିଦ୍ ଆହୁରି କହନ୍ତି: ତାଙ୍କର ଆଫ୍ଗାନଜାତୀୟ ଆଉ ଗୋଟିଏ ଛେଳି ଅଛି ଯାହାର ନାଁ ସୁଲ୍ତାନ୍। ତା’ର ଓଜନ ପ୍ରାୟ ୧୫୦ କିଲୋ। ସେ ଚାଇନିଜ୍ ଠାରୁ ଡେଙ୍ଗା। କିନ୍ତୁ, ଲୋକେ ଖାଲି ଚାଇନିଜ୍କୁ ଦେଖିବାକୁ ଚାହୁଁଛନ୍ତି।