ସନ୍ନି ଦେଓଲଙ୍କ ଫିଲ୍ମର ଚରିତ୍ର ବଦଳାଇଲା ଯୁବକଙ୍କ ଜୀବନର ଲକ୍ଷ୍ୟ, କନେଷ୍ଟବଳ ହେଲେ ଆଇପିଏସ୍‌ ଅଫିସର

ଜୟପୁର : ପ୍ରଥମେ ରାଜସ୍ଥାନ ପୁଲିସରେ କନେଷ୍ଟବଳ ପରେ ରାଜସ୍ଥାନର ସରକାରରେ ଏଲ୍‌ଡ଼ିସି କ୍ଲର୍କ ହେବା ପରେ ଏବେ ଆଇପିଏସ୍‌ ଅଫିସର ହୋଇଛନ୍ତି ମନୋଜ । ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଏବେ ପୁଲିସ ଅଫିସର ହେବାକୁ ଯାଉଛନ୍ତି । ତେବେ ନିଜର ଏତେ ବଡ଼ ସଫଳତା ପଛର ପୂରା ଶ୍ରେୟ ସେ ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କୁ ଦେଇଛନ୍ତି । ସନ୍ନି ଦେଓଲଙ୍କ ଫିଲ୍ମରୁ ଅନୁପ୍ରାଣିତ ହୋଇ ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଥିବା କହିଛନ୍ତି ।

The Better India

ସିଭିଲ ସିର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ତାଙ୍କ ସଫଳତାର ଶ୍ରେୟ କାହାକୁ ଦେବେ ବୋଲି ପଚରାଯିବା ପରେ ସେ କହିଥିଲେ, “ମୁଁ ଛୋଟବେଳୁ ଜଣେ ପୁଲିସ ଅଫିସର ହେବାକୁ ଚାହୁଁଥିଲି । ଯେତେବେଳେ ମୁଁ ଅଷ୍ଟମରେ ପଢ଼ୁଥିଲି ସେ ସମୟରେ ସନ୍ନି ଦେଓଲଙ୍କର ଏକ ଫିଲ୍ମ ରିଲିଜ ହୋଇଥିଲା । ଯେଉଁଥିରେ ସେ ଜଣେ ସଚ୍ଚୋଟ ଆଇପିଏସ୍‌ ଅଫିସରର ଭୂମିକାରେ ନଜର ଆସିଥିଲେ । ସେହି ଫିଲ୍ମରେ ଥିବା ତାଙ୍କ ଚରିତ୍ର ମୋତେ ଏତେ ପ୍ରଭାବିତ କରିଥିଲା ଯେ ମୁଁ ସେହି ଦିନ ଠାରୁ ତାଙ୍କ ଭଳି ଜଣେ ଆଇପିଏସ୍‌ ଅଫିସର ହେବି ବୋଲି ଭାବି ନେଇଥିଲି। ସ୍କୁଲରେ ପାଠ ପଢ଼ା ସାରିବା ପରେ ମୁଁ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି । ମୋର ସେ ସମୟରେ କେବଳ ଦୁଇଟି କାମ ଥିଲା । ଗୋଟେ ହେଲା ପଢ଼ିବା ଏବଂ ଅନ୍ୟଟି ହେଲା ଶୋଇବା।”

ସମ୍ବନ୍ଧିତ ଖବର