ଚେନ୍ନାଇ: ଦେଶରେ ପ୍ରତିଦିନ ପାଖାପାଖି ୩୦ କୋଟି ଲୋକ ଖାଇବାକୁ ନ ପାଇ ଭୋକିଲା ପେଟରେ ଦିନଦିନ ରହି ଯାଇଥାଆନ୍ତି। କେହି କେହି ତ ଭୋକ ସମ୍ଭାଳି ନପାରି ପେଟର ଓଦା କନା ଦେଇ ଶୋଇବାର ଦୃଶ୍ୟ ବି ଅନେକ ଥର ସାମ୍ନାକୁ ଆସିଛି। ତେବେ ଏହି ଭୋକିଲା ଲୋକମାନଙ୍କର ଏଭଳି ପରିସ୍ଥିତି ଦେଖି ତାମିଲନାଡୁର ଜଣେ ଅସ୍ଥି ବିଶାରଦ ଡାକ୍ତର ଏକ ଗରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ସ୍ଥାପନ କରିଛନ୍ତି ଏକ ଫୁଡ୍ ଏଟିଏମ୍।
Sambad is now on WhatsApp
Join and get latest news updates delivered to you via WhatsApp
ଡାକ୍ତର ଇଶା ଫାତିମା ଜୈସମିନ୍ ଅଗଷ୍ଟ ୨୦ ତାରିଖରେ ଚେନ୍ନାଇର ବେସନ୍ତ ନଗରରେ ଖାଦ୍ୟ ପଦାର୍ଥ ନଷ୍ଟକୁ ନିୟନ୍ତ୍ରଣ କରିବା ତଥା ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏକ ସମୁହିକ ଫ୍ରିଜର ଶୁଭାରମ୍ଭ କରିଛନ୍ତି।
ଅକ୍ଟୋବର ୧୬ ହେଉଛି ‘ବିଶ୍ୱ ଖାଦ୍ୟ ଦିବସ’। ସେଦିନ ଇଶା ଏହି ଫ୍ରିଜର ଶୁଭାରମ୍ଭ କରିବା ସହିତ #happyplatechennai ନାମରେ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ। ଇଶା ଏହି ଅଭିଯାନରେ ଖାଦ୍ୟର ଅପବ୍ୟବହାର ସମ୍ପର୍କରେ ଲୋକମାନଙ୍କୁ ଜାଗୃତ କରିବା ପାଇଁ କରିଥିଲେ ବୋଲି କହନ୍ତି। ଇଶାଙ୍କ ଏହି ଅଭିଯାନ ପରେ ଅନେକ ଲୋକ ଭୋକିଲା ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏହି ଫ୍ରିଜ୍କୁ ବିଭିନ୍ନ ରକମର ଖାଦ୍ୟ ଫଳଠାରୁ ଆରମ୍ଭ କରି ସ୍ୟାଣ୍ଡଉଇଚ ଆଦି ଦେଉଛନ୍ତି। ଏକ ହୋଟେଲ ସ୍ୱଇଚ୍ଛାରେ ଭୋକିଲା ଲୋକଙ୍କୁ ବିରିୟାନି ବି ଯୋଗାଇ ଥାଏ ଏହି ଫ୍ରିଜ୍ ଜରିଆରେ।
ତେବେ ଭୋକିଲା ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ ଅଗଷ୍ଟ ୨୦ରେ ଆରମ୍ଭ ହୋଇଥିବା ଏହି ଫ୍ରିଜର ଶୁଭାରମ୍ଭ କରିଥିବା ଡାକ୍ତର ଫତିମାଙ୍କୁ ଅନେକ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଫ୍ରିଜ ସେ ଯେଉଁ ଲକ୍ଷ୍ୟ ରଖି ଶୁଭାରମ୍ଭ କରିଥିଲେ ସେଥିରେ ସଫଳତା ହାସଲ କରି ସାରିଲେଣି ଫତିମା।