ଯୌତୁକ ଭଳି କୁତ୍ସିତ ପ୍ରଥାକୁ ବିରୋଧ କରି ନିଜର ଏକମାତ୍ର ଇଂଜିନିୟରିଂ ପୁଅର ବିବାହ ବିନା ଖର୍ଚ୍ଚରେ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ କଂଗ୍ରେସ ନେତା

ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଦେଲେଣି। ଯୌତୁକ ଭଳି ଏହି କୁତ୍ସିତ ପ୍ରଥାର ଘୋର ବିରୋଧି ହେଉଛନ୍ତି ରାଜସ୍ଥାନର ଜଣେ କଂଗ୍ରେସ ନେତା ଶିବରାମ ଘିଂଟାଲା। ଯିଏ କି ନିଜର ଏକମାତ୍ର ପୁଅର ବିବାହରେ ମାତ୍ର ୧ ଟଙ୍କା ଏବଂ ନଡିଆ ନେଇ ବିବାହ କାର୍ଯ୍ୟ ସଂପନ୍ନ କରିଥିଲେ।

ସୂଚନା ମୁତାବକ, ରାଜସ୍ଥାନରେ ନଗୌର ନାମକ ଜିଲ୍ଲାର କଂଗ୍ରେସ ଜିଲ୍ଲା ମହାସଚିବ ଏବଂ ଜିଲ୍ଲା ପରିଷଦର ପୂର୍ବତନ ସଦସ୍ୟ ଶିବରାମ ଘିଂଟାଲା ନିଜର ଏକମାତ୍ର ଇଂଜିନିୟର ପୁଅର ବିବାହ ବିନା ଖର୍ଚ୍ଚରେ କରି ଅନ୍ୟଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ଘିଂଟାଲାଙ୍କ ପୁଅ ଯୋଗେସଙ୍କର ବିବାହ ସୁଜାନଗଙ୍ଗର ଗିସ୍ଥାରିଲାଲ ବୁଗାଲିୟାଙ୍କ କନ୍ୟା ପ୍ରିୟଙ୍କାଙ୍କ ସହ ହୋଇଥିଲା। ଯେଉଁଥିରେ କି ସେ ୧ ଟଙ୍କା ଏବଂ ନଡିଆ ନେଇ ବିବାହ କରିଥିଲେ। ଘିଂଟାଲାଙ୍କ କହିବା କଥା ହେଲା କି, ସେ ସାମାଜିକପ୍ରଥାକୁ ବିଶ୍ୱାସ କରନ୍ତି ନାହିଁ ଏବଂ ଯୌତୁକ ଭଳି କୁତ୍ସିତ ପ୍ରଥା ସମାଜ ପାଇଁ ଘାତକ ବୋଲି ବିଶ୍ୱାସ କରନ୍ତି। ଏଥିପାଇଁ ସେ ଏହାକୁ ନିଷ୍ଠାର ସହ ପାଳନ କରୁଛନ୍ତି ଓ ଯୌତୁକ ନେବା ପାଇଁ ରୋକଠୋକ୍‌ ମନା କରଦେଇଛନ୍ତି।

ସେହିପରି ଅନ୍ୟ ଏକ ମାମଲାରେ ମାଳି ସମାଜର ପୂର୍ବତନ ଅଧ୍ୟକ୍ଷ ବଜରଙ୍ଗ ଲାଲ ସୈନ ମଧ୍ୟ ନିଜର ଏକମାତ୍ର ପୁଅ ବିବେକଙ୍କର ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ବଜରଙ୍ଗ ଲାଲ ତାଙ୍କ ପୁଅ ବିବେକଙ୍କର ବିବାହ ବିନା କୌଣସି ଯୌତୁକ ନେଇ କରିଛନ୍ତି । ତାଙ୍କ କହିବା କଥା ହେଲା, ଯୌତୁକ ନେବା ଏକ କୁତ୍ସିତ ପ୍ରଥା ଆଉ ଏହି ପ୍ରଥାକୁ ଆମେମାନେ ହିଁ ସଂପୂର୍ଣ୍ଣ ଭାବରେ ବନ୍ଦ କରିପାରିବା।

ସମ୍ବନ୍ଧିତ ଖବର