ଧର୍ମଶାସ୍ତ୍ରରେ ଜୀବନକୁ ପ୍ରେରଣା ଓ ତାହାର ମହତ୍ତ୍ୱ ବିଷୟରେ ଅନେକ ପ୍ରସଙ୍ଗକୁ ଆଲୋଚନା କରାଯାଇଛି। ଏଥିରେ କୁହାଯାଇଛି କି ସଫଳତା ଆତ୍ମହତ୍ୟା କରିବା ଦ୍ୱାରା ନୁହେଁ, ଜୀବିତ ରହିବା ଦ୍ୱାରା ମିଳିଥାଏ। ଏମିତି ଏକ ପ୍ରସଙ୍ଗ ରାମାୟଣାରେ ବି ରହିଛି। ଯେତେବେଳେ ପ୍ରଭୁ ହନୁମାନ ଆତ୍ମହତ୍ୟା କରିବା ବିଷୟରେ ଚିନ୍ତା କରିଥିଲେ , କିନ୍ତୁ ପରେ ସେ ସ୍ଥିର କରିଥିଲେ କି ପ୍ରାଣ ତ୍ୟାଗ କରିବା ବଦଳରେ ସମସ୍ୟାର ସମାଧାନ ହୁଏ ନାହିଁ। ସମସ୍ୟାର ସମାଧାନ ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ ତା’ପରେ ଯାଇ ସଫଳତା ମିଳିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଉଜ୍ଜେନ୍ର ଜ୍ୟୋତିଷଜ୍ଞ ପଣ୍ଡିତ ମନିଷ ଶର୍ମାଙ୍କ ଅନୁସାରେ, ପ୍ରଭୁ ହନୁମାନ ଆତ୍ମହତ୍ୟା ବିଷୟରେ ସେତେବେଳେ ଭାବିଥିଲେ ଯେତେବେଳେ ସେ ଲଙ୍କାରେ ସୀତା ମାତାଙ୍କୁ ଖୋଜୁଥିଲେ। ସେ ବହୁ ଚେଷ୍ଟା କରିବା ସତ୍ତ୍ୱେ ବି ମାତା ସୀତାଙ୍କ କୌଣସି ସନ୍ଧାନ ପାଇ ନଥିଲେ, ସେତବେଳେ ତାଙ୍କ ମନକୁ ଆସିଥିଲା କି ମାତାଙ୍କ ସନ୍ଧାନ ନପାଇ ଯଦି ସେ ଫେରି ଯିବେ ତେବେ ସୁଗ୍ରୀବ-ଅଙ୍ଗଦ ସମେତ ସମସ୍ତେ ତାଙ୍କୁ ବଦ୍ଧ କରିଦେବେ। ପ୍ରଭୁ ଶ୍ରୀରାମ ବି ଯେତେବେଳେ ଜାଣିବେ ମାତା ସୀତାଙ୍କ କୌଣସି ସୂଚନା ମିଳି ପାରୁୁ ନାହିଁ ସେ ଦୁଃଖ ତାଙ୍କ ପ୍ରାଣ ତ୍ୟାଗ କରିଦେବ। ଭାଇକୁ ଦେଖି ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ବି ଜୀବିତ ରହିବେ ନାହିଁ। ଅଯୋଧ୍ୟା ଖାଲି ହୋଇଯିବ। ଏତେ ଲୋକ ପ୍ରାଣ ତ୍ୟାଗ କରିବା ବଦଳରେ ନିଜେ ଆତ୍ମହତ୍ୟା କରିଦେବା ଠିକ୍ ହେବ ବୋଲି ପ୍ର୍ରଭୁ ହନୁମାନ ଚିନ୍ତା କରିଥିଲେ। ଶେଷରେ ପ୍ରଭୁ ହନୁମାନ ନିଜର ଏଭଳି ବିଚାରରୁ ଓହରି ଯାଇଥିଲେ, ଆତ୍ମହତ୍ୟା କରିବା ଜୀବନର ବଡ଼ ପାପ ବୋଲି ଭାବିଥିଲେ। ପୁଣି ନିଜ ଆତ୍ମବିଶ୍ୱାସକୁ ଦୃଢ଼ କରି ଲଙ୍କାରେ ମାତା ସୀତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ଓ ସଫଳ ବି ହୋଇଥିଲେ।