ହିମାଚଳ ପ୍ରଦେଶର ଏସବୁ ଶକ୍ତପୀଠ ସଂପର୍କରେ ଜାଣନ୍ତି କି ?

ହିମାଚଳ ପ୍ରଦେଶରେ କେତେକ ଦେବୀ ମନ୍ଦିର ରହିଛି। ଏଗୁଡିକୁ ଶକ୍ତପୀଠ ବୋଲି ମଧ୍ୟ କୁହାଯାଏ । ଆସନ୍ତୁ ଜାଣିବେ ସେସଂପର୍କରେ
ନୈନା ଦେବୀ:- ଏହା ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାରେ ଅବସ୍ଥିତ।କୁହାଯାଏ ଯେ, ଏଠାରେ ଦେବୀ ସତୀଙ୍କ ନେତ୍ର ପଡ଼ିଥିବାରୁ ତାହାଙ୍କ ନାମ ରଖା ଯାଇଛି ନୈନା ଦେବୀ।ଏହା ରାଷ୍ଟ୍ରୀୟ ରାଜପଥରେ ନମ୍ବର ୨୧ କଡ଼ରେ ଅବସ୍ଥିତ ।ନୂଆଦିଲ୍ଲୀ ଠାରୁ ମନସାଦେବୀ ମନ୍ଦିରର ଦୂରତ୍ୱ ପ୍ରାୟ ୩୫୦ କିଲୋମିଟର।

ଚିନ୍ତପୂର୍ଣ୍ଣା ଦେବୀ:-ଚିନ୍ତପୂର୍ଣ୍ଣ ଦେବୀ ଛିନ୍ନମସ୍ତିକା ଦେବୀଙ୍କ ନାମରେ ମଧ୍ୟ ବେଶ୍‌ ଖ୍ୟାତ।ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଦେବୀଙ୍କର ଏକ ଭବ୍ୟ ମନ୍ଦିର ରହିଛି।
ଜ୍ୱାଳାଦେବୀ:- ଚିନ୍ତପୂର୍ଣ୍ଣ ଠାରୁ ଜ୍ୱାଳାଦେବୀ ମନ୍ଦିର ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତଏହା କାଙ୍ଗଡ଼ା ଜିଲ୍ଲାର କାଳୀଧାର ପର୍ବତ ଉପରେ ରହିଛି।ମନ୍ଦିର ଭିତରେ ଥିବା କାନ୍ଥ ଗୁଡ଼ିକରୁ ଜ୍ୱାଳା ବାହାରେ ,ଯାହା ସଦା ପ୍ରଜ୍ୱଳିତ ହୋଇଥାଏ।ଏହି ପବିତ୍ର ଜ୍ୱାଳାକୁ ମଧ୍ୟ ପୂଜା କରାଯାଏ।
ବ୍ରଜେଶ୍ୱରୀ ଦେବୀ:- ହିମାଚଳ ପ୍ରଦେଶର କାଙ୍ଗଡ଼ାର ନଗର କୋଟରେ ମହାମାୟା ମନ୍ଦିର ଅବସ୍ଥିତ। ଏହାକୁ ହିଁ ବ୍ରଜେଶ୍ୱର ଦେବୀଙ୍କ ମନ୍ଦିର ବୋଲି କୁହାଯାଇଥାଏ।ଏହି ମନ୍ଦିରରେ ଚତୁର୍ଭୁଜା ଦୁର୍ଗା ପ୍ରତିମା ବିଦ୍ୟମାନ।

photo-himachalhillstations.com

ଚାମୁଣ୍ଡାଦେବୀ:-ହିମାଚଳ ପ୍ରଦେଶର ପାଲମାପୁରଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିର। ଏକ ନଦୀ ତଟରେ ସ୍ଥିତ ଏହି ଚାମୁଣ୍ଡା ଦେବୀ ମନ୍ଦିରରେ ଦୁର୍ଗାଙ୍କ ପ୍ରତିମାକୁ ଲାଲ କପଡ଼ାରେ ଢ଼ଙ୍କା ଯାଇଥାଏ। ଏଠାକାର ଆରତୀ ସବୁଠୁଁ ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀଠାରୁ ଏହାର ଦୂରତ୍ୱ ପ୍ରାୟ ଛଅ ଶହ କିଲୋମିଟର।

ସମ୍ବନ୍ଧିତ ଖବର