ନକଲି ଏଟିଏମ୍ କାର୍ଡ୍‌ ତିଆରି କରି କେମିତି ଚୋରି କରନ୍ତି ସାଇବର୍ ଅପରାଧୀ, ଜାଣନ୍ତୁ

ଜାଣନ୍ତୁ, କେମିତି ହୋଇଥାଏ ଏଟିଏମ୍‌ କାର୍ଡ୍‌ କ୍ଲୋନ୍‌

ଏଟିଏମ୍‌ କାର୍ଡ୍‌ କ୍ଲୋନିଂ କରି ଆକାଉଣ୍ଟ୍‌ରୁ ପଇସା ବାହାର କରିବା ଘଟଣା ବଢ଼ି ବଢ଼ି ଚାଲିଛି। ତେବେ, ଜାଣନ୍ତୁ କେମିତି ହୋଇଥାଏ ଏହି ATM କାର୍ଡ୍‌ କ୍ଲୋନିଂ ଓ କେମିତି ଆପଣ ରକ୍ଷା ପାଇବେ ଏଥିରୁ….

 

ATM କାର୍ଡ୍‌ କ୍ଲୋନିଂ
କ୍ରେଡିଟ୍‌ ବା ଡେବିଟ୍‌ କାର୍ଡ୍‌ର ମ୍ୟାଗ୍‌ନେଟିକ୍‌ ଷ୍ଟ୍ରିପ୍‌ରେ ଡାଟା ରହିଥାଏ। ସ୍କିମର୍‌ ମେସିନ୍‌ ଷ୍ଟ୍ରିପ୍‌କୁ ରିଡ୍‌ କରି ଆକାଉଣ୍ଟ୍‌ ଡାଟା କ୍ୟାପ୍‌ଚର୍‌ କରିଥାଏ। ଏହି ଡାଟାକୁ ବ୍ଲାଙ୍କ୍‌ କାର୍ଡ୍‌ରେ କପି କରି ତାକୁ ଫ୍ରଡ୍‌ କରିବା ପାଇଁ ବ୍ୟବହାର କରାଯାଇଥାଏ। ATMର କି’ ପ୍ୟାଡ୍‌ରେ ଓଭର୍‌ଲେ’ ଡିଭାଇସେଜ୍‌ ଲଗାଯାଏ, ଯାହା କାର୍ଡ୍‌ର ପିନ୍‌ ନମ୍ବର ରିଡ୍‌ କରିଥାଏ। କିଛି ଡିଭାଇସ୍‌ରେ ପିନ୍‌-ହୋଲ୍‌ କ୍ୟାମେରା ରହିଥାଏ, ଯାହା ପିନ୍‌ ନମ୍ବର ରିଡ୍‌ କରିଥାଏ।
କେମିତି ରହିବେ ସତର୍କ?
ଭଲଭାବେ ନଜର ଦେଇ ଏଟିଏମ୍‌ରେ କାଡ୍‌ର୍ ସ୍ୱାଇପ୍‌ କରନ୍ତୁ। ଏଟିଏମ୍‌ରେ କ୍ୟାମେରା ଲୁଚା ଯାଇଥାଇପାରେ, ନଜର ଦିଅନ୍ତୁ। ଟ୍ରାନ୍‌ଜାକ୍‌ସନ୍‌ (ନେଣଦେଣ) ପରେ ରସିଦ କିମ୍ବା ଏସ୍‌ଏମ୍‌ଏସ୍‌ ପାଇ ସୁନିଶ୍ଚିତ ହୁଅନ୍ତୁ। କାଳେ ଓଭର୍‌ଲେ ଡିଭାଇସେଜ୍‌ ଲାଗିଥିବ ସେଥିପାଇଁ କି’ପ୍ୟାଡ୍‌କୁ ଯାଞ୍ଚ କରନ୍ତୁ।
ସମ୍ବନ୍ଧିତ ଖବର