ରାସ୍ତା ପାର୍ଶ୍ୱରେ ଗରିବ ମହିଳାଙ୍କ ସୁମଧୁର କଣ୍ଠରୁ ‘କୁଛ ନା କହୋ..’ ଗୀତକୁ ଶୁଣି ଲୋକେ ହେଲେ ଆଶ୍ଚର୍ଯ୍ୟ, ଭିଡିଓ ହେଲା ଭାଇରାଲ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜରିଆରେ ଅନେକ ଲୋକଙ୍କ ପ୍ରତିଭା ସାମ୍ନାକୁ ଆସିଥାଏ। ଏମିତିକି ଜଣେଜଣେ ସୋସିଆଲ ମିଡିଆ ଜରିଆରେ ରାତାରାତି ଷ୍ଟାର ବି ପାଳଟି ଯାଇଥିବାର ଦେଖିବାକୁ ଓ ଶୁଣିବାକୁ ମିଳିଛି। ନିକଟରେ ଜଣେ ଗରିବ ମହିଳା ଗୀତ ଗାଉଥିବାର ଭିଡିଓ ଭାଇରାଲ ହୋଇଛି। ମହିଳା ଜଣକ ସିନେମା ‘୧୯୪୨ ଅ ଲବ ଷ୍ଟୋରୀ’ର ଗୀତ ‘କୁଛ ନା କହୋ…’କୁ ଗାଉଛନ୍ତି। ଏହାପରେ କଣ୍ଠଶିଳ୍ପୀ ଲତା ମଙ୍ଗେସକର୍ଙ୍କ ଲୋକପ୍ରିୟ ଗୀତ ‘ଏ ମେରେ ବତନ କେ ଲୋଗୋ..’ ଗୀତକୁ ଗାଉଛନ୍ତି। ସେ ଗୀତଗୁଡ଼ିକୁ ଏତେ ସୁନ୍ଦର ଭାବେ ଗାଉଥିଲେ କି ତାଙ୍କ ଗୀତକୁ ଶୁଣୁଥିବା ଲୋକମାନେ ମୁଗ୍ଧ ହୋଇଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭିଡିଓରେ ଦେଖିବାକୁ ମିଳୁଛି କିଛି କେତେକ ଲୋକ ସେହି ମହିଳାଙ୍କ ପାଖରେ ଛିଡା ହୋଇ ତାଙ୍କୁ ଗୀତ ଗାଇବାକୁ କହୁଛନ୍ତି। ଲୋକମାନଙ୍କ କହିବା ଅନୁସାରେ ସେ କେତେଟି ଗୀତ ମଧ୍ୟ ଗାଉଛନ୍ତି। ଯାହାକୁ ଶୁଣି ତାଙ୍କ ପାଖରେ ଛିଡା ହୋଇଥିବା ଲୋକମାନେ ତାଳି ବଜାଉଛନ୍ତି। ଏହି ଭିଡିଓକୁ ଫେସ୍ବୁକ୍ରେ ଅନେକ ସେୟାର ମଧ୍ୟ କରାଯାଉଛି। ଫିଲ୍ମ ଜଗତ ନାମକ ପେଜ୍ ଏହି ଭିଡିଓକୁ ଶନିବାର ସେୟାର କରିଥିବା ଜଣାପଡ଼ିଛି। ଏଯାବତ୍ ଏହି ଭିଡିଓକୁ ୬୦ହଜାର ସେୟାର କରାଯାଇ ସାରିଲାଣି। ଭିଡିଓ ସେୟାର କରାଯାଇ କ୍ୟାପସନ୍ରେ ଲେଖାଯାଇଥିଲା କି, ଏହି ଗରିବ ଗାୟିକାଙ୍କ ସାମ୍ନାରେ ବଲିଉଡ୍ର ବଡ଼ବଡ଼ କଣ୍ଠଶିଳ୍ପୀ ବି ପଛରେ ପଡ଼ିଯିବେ, କ’ଣ ଏହି ମହିଳାଙ୍କୁ ବଲିଉଡ୍ରେ ସୁଯୋଗ ମିଳିବା କଥା ନୁହେଁ।’