ଯୋଗ ଗୁରୁ ରାମଦେବଙ୍କ ଆପ୍‌ ‘କିମ୍ଭୋ’ କିଏ ପ୍ରସ୍ତୁତ କରିଛନ୍ତି ? ଜାଣନ୍ତୁ ଏଥିରେ କି କି ଫିଚର ରହିଛି

ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ଵାଟସଅପ୍‌କୁ ଟକ୍କର ଦେବା ଲାଗି ଯୋଗ ଗୁରୁ ରାମଦେବ ନିଜର ଆପ୍‌ ‘କିମ୍ଭୋ’ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏହାକୁ ଭାରତୀୟ ମୂଳର ଆମେରିକୀ ସଫ୍ଟଓ୍ଵର ଇଂଜିନିୟର ପ୍ରସ୍ତୁତ କରିଛନ୍ତି। ତାଙ୍କ ନାଆଁ ହେଲା ଅଦିତି କମଲ୍‌।
ଅଦିତି ଏହା ପୂର୍ବରୁ ଗୁଗୁଲ ଓ ୟାହୁ ଭଳି କଂପାନିରେ କାମ କରି ସାରିଛନ୍ତି। ଏହି ସ୍ୱଦେଶୀ ଆପ୍‌କୁ ଜୁନ୍‌ ୨୧ ତାରିଖରେ ଅର୍ଥାତ୍‌ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଲଞ୍ଚ୍‌ କରାଯିବ।
୩୨ ବର୍ଷୀୟା ଅଦିତି ସଦର୍ଣ୍ଣ କାଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟରୁ କଂପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ। ସେ ଗୁଗୁଲର ଚାଟିଂ ଆପ୍‌ ହ୍ୟାଙ୍ଗ୍‌ ଆଉଟରେ ଟିମ୍‌ ଲିଡର୍‌ ଥିଲେ। ବିଦେଶରେ ୧୦ ବର୍ଷରୁ ଅଧିକ କାମ କରିବା ପରେ ଦେଶ ପାଇଁ ଆପ୍ଲିକେସନ୍‌ ଡିଜାଇନ୍‌ କରିବାକୁ ଚାହୁଁଥିଲେ।

photo-india today

ଅଦିତି ପତଞ୍ଜଳିର ବରିଷ୍ଠ ଅଧିକାରୀମାନଙ୍କୁ ସ୍ୱଦେଶୀ ଚାଟିଂ ଆପ ନିର୍ମାଣ ସଂପର୍କରେ କହିଥିଲେ। ବାବା ରାମଦେବ ଓ ଏଥିରେ ଆଗେଇବାକୁ ସବୁଜ ସଙ୍କେତ ଦେଲେ।
ଏହି ଆପ୍‌ର ଡିଜାଇନ୍‌ ଗୁଗୁଲ ପ୍ଲେ ଷ୍ଟୋରରେ ଦିଆଯାଇଛି। ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚର୍ଯ୍ୟ ବାଳକୃଷ୍ଣ କହିଛନ୍ତି ଯେ ଏହାର ଲକ୍ଷ୍ୟ ଦେଶର ନିଜସ୍ୱ ସୂଚନାକୁ ରକ୍ଷା କରିବା। ଭାରତୀୟ ଗ୍ରାହକମାନଙ୍କର ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା ଦେବା ଲାଗି ଏହି ସ୍ୱଦେଶୀ ବିକଲ୍ପ ଲଞ୍ଚ୍‌ କରାଯାଇଛି। ଏହି ଆପ୍‌ ଜରିଆରେ ଗ୍ରାହକ ମାଗଣାରେ ଓ ଆଚର୍ଯ୍ୟ ବାଳକୃଷ୍ଣଙ୍କର ଅପଡେଟ୍‌ସ ଜାଣିବା ଲାଗି ବି ଏକ ଫିଚର୍‌ ରହିଛି।

ସମ୍ବନ୍ଧିତ ଖବର