ଭାରତୀୟ ଜନତା ପାର୍ଟିର ଏହି  ବିଧାୟକ ହେଉଛନ୍ତି ଭାରତର ସବୁଠାରୁ ଧନୀ ବିଲଡ୍‌ର

ମୁମ୍ବାଇ:ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ହେଲେ ମଙ୍ଗଲ ପ୍ରଭାତ ଲୋଧା। ତାଙ୍କର ବୟସ ୬୨ ବର୍ଷ। ମାଲବାର ହିଲ୍‌ ବିଧାନସଭାରୁ ଭାଜପା ଟିକେଟରେ ବିଜୟୀ ହୋଇଥିବା ମଙ୍ଗଲ ପ୍ରଭାତ ଲୋଧା ହେଉଛନ୍ତି ଭାରତର ସବୁଠାରୁ ଧନୀ ବିଲଡ୍‌ର। ତାଙ୍କର ସଂପତ୍ତିର ମୂଲ୍ୟ ୨୭ହଜାର ୧୫୦ କୋଟି ବୋଲି ଜଣା ଯାଇଛି। ୨୦୧୮ର ଧନୀ ବିଲଡରମାନଙ୍କ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଏହି ବିଧାୟକ।


୨୦୧୭ରେ ସେ ୧୮ ହଜାର ୬୧୦ କୋଟି ସଂପତ୍ତିର ମାଲିକ ହୋଇ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଥର ଯେଉଁ ତାଲିକା ପ୍ରକାଶିତ ହୋଇଛି,ସେଥିରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଜିତେନ୍ଦ୍ର ବୀରଓ୍ଵାନୀ (୫୨)। ତାଙ୍କ ସଂପତ୍ତିର ପରିମାଣ ହେଉଛି ୨୩ ହଜାର ୧୬୦ କୋଟି ଟଙ୍କା। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ରିଅଲ ଇଷ୍ଟେଟ୍‌ ବ୍ୟବସାୟ ପାଇଁ ମୁମ୍ବାଇ ହେଉଛି ସବୁଠାରୁ ପ୍ରକୃଷ୍ଟ ସ୍ଥାନ। ତା’ପଛକୁ ଦିଲ୍ଲୀ ଓ ବେଙ୍ଗଲୁରୁ ଭଳି ମହାନଗରୀର ସ୍ଥାନ ରହିଛି।

ସମ୍ବନ୍ଧିତ ଖବର