ପତ୍ନୀଙ୍କୁ  ପ୍ରେମିକଙ୍କ ସହିତ ବିବାହ କରିଦେବା ପାଇଁ ଲେଖି ଆତ୍ମହତ୍ୟା କଲେ ଯୁବକ

ହାଇଦ୍ରାବାଦ:  ନିଜ ପତ୍ନୀଙ୍କ  ପରପୁରୁଷ ପ୍ରୀତିରେ ଅତିଷ୍ଠ ହୋଇ ଜାଣେ ଯୁବକ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକାଙ୍କ ସହିତ ବିବାହ କରିଦେବାକୁ ଯୁବକ ଜଣକ ନିଜ ସୁଇସାଇଡାଲ ନୋଟରେ ତାଙ୍କ ବାପାମାଆଙ୍କୁ ଅନୁରୋଧ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ,ଆନ୍ଧ୍ରପ୍ରଦେଶର ୟାଦାଦ୍ରି ଭୋଙ୍ଗିର ଜିଲ୍ଲାର ୨୪ ବର୍ଷୀୟ କେ ଆଚାର୍ଯ୍ୟ ଜୀବିକାର୍ଜନ ପାଇଁ ପ୍ରାୟ ବର୍ଷକ ତଳେ ସମୀରପେଟ୍‌ ଅଞ୍ଚଳକୁ ଆସିଥିଲେ ଓ ଏଠାରେ ଏକ ଘରୋଇ ସଂସ୍ଥାରେ  ଇଲେକ୍ଟି୍ରସିଆନ ଭାବେ   କାର୍ଯ୍ୟ କରୁଥିଲେ। ପ୍ରାୟ ଦୁଇ ବର୍ଷ ତଳେ ସେ ଉଷା ରାଣୀଙ୍କୁ ବିବାହ କରିଥିଲେ ଓ ସେମାନଙ୍କର ବର୍ଷକର ଏକ ଶିଶୁକନ୍ୟା ମଧ୍ୟ ରହିଛି। ତେବେ ସମୀରପେଟ ଆସିବା ପରେ  ଶ୍ରୀ ଆଚାର୍ଯ୍ୟ ଜାଣିବାକୁ ପାଇଥିଲେ ଯେ ତାଙ୍କ ପତ୍ନୀ ଉଷାଙ୍କର ତାଙ୍କ ପଡୋଶୀ ସିଏଚ୍‌ ଶ୍ରୀକାନ୍ତଙ୍କ ସହିତ ପ୍ରେମ ସମ୍ପର୍କ ରହିଛି।  ଯେତେ ଚେଷ୍ଟା କଲେ ମଧ୍ୟ  ଶ୍ରୀ ଆଚାର୍ଯ୍ୟ ଏହି  ପରକୀୟ ପ୍ରୀତିରୁ ପତ୍ନୀ ଉଷାଙ୍କୁ ବିରତ କରି ନ ପାରି  ଶ୍ରୀ ଆଚାର୍ଯ୍ୟ ବ୍ୟସ୍ତ ହୋଇ ପଡ଼ିଥିଲେ। ତେବେ ଗତ ବୁଧବାର ଦିନ  ଶ୍ରୀ ଆଚାର୍ଯ୍ୟ ନିଜ ବାପା ସତ୍ୟନାରାୟଣଙ୍କ ପାଖକୁ ଏକ ଏସଏମଏସ ପଠାଇ ଥିଲେ। ଏଥିରେ ଲେଖିଥିଲେ ଯେ ସେ ତାଙ୍କ ପଡୋଶୀ  ସି ଏଚ ଶ୍ରୀକାନ୍ତଙ୍କ ପାଇଁ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ଏହି ଏସଏମଏସ ପାଇବା ପରେ ସତ୍ୟନାରାୟଣ ଘରେ ପହଞ୍ଚି ଦେଖିଥିଲେ ଯେ ତାଙ୍କ ପୁଅ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ପଡୋଶୀମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଜବତ କରିଛି। ତେବେ ଘଟଣାସ୍ଥଳରୁ ପୁଲିସ ଏକ ସୁଇସାଇଡାଲ ନୋଟ୍‌ ଜବତ କରିଛି ।

ଏ ସମ୍ପର୍କରେ ସୂଚନାଦେଇ  ସମୀରପେଟ ଥାନା ଇନସପେକ୍ଟର  ଡି ଭାସ୍କର ରେଡ୍ଡି କହିଛନ୍ତି  ଯେ ପୁଲିସ ଯେଉଁ ସୁଇସାଇଡାଲ ନୋଟ୍‌ ଜବତ କରିଛି, ସେଥିରେ  ଶ୍ରୀ ଆଚାର୍ଯ୍ୟ ଲେଖିଛନ୍ତି ଯେ ତାଙ୍କ ପତ୍ନୀ ଉଷାଙ୍କର ପଡୋଶୀ ଶ୍ରୀକାନ୍ତଙ୍କ ସହିତ  ଅନୈତିକ ସମ୍ପର୍କ ରହିଛି। ତେଣୁ ପତ୍ନୀ ଉଷାଙ୍କୁ ତାଙ୍କ ପ୍ରେମିକ ଶ୍ରୀକାନ୍ତଙ୍କ ସହିତ ବିବାହ କରିଦେବା ତାଙ୍କର ଶେଷ ଇଛା  ଓ ଏହି ବିବାହ କରି ଦେବା ପାଇଁ  ସେ ତାଙ୍କ ବାପାମାଆଙ୍କୁ ଅନୁରୋଧ କରିଥିବା ସୁଇସାଇଡାଲ ନୋଟରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର