ଖାଉଖାଉ ଗଳାରେ ଅଟକିଲା ଗୁପୁଗୁପ୍‌, ଘଟଣାସ୍ଥଳରେ ମୃତ୍ୟୁ !

କାନପୁର: କାନପୁର ଜିଲ୍ଲା ସଜେତି ଥାନାକ୍ଷେତ୍ରରେ ଗୁପୁଚୁପ୍‌ ଖାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କ ଗଳାରେ ଲାଖି ଯାଇଥିଲା। ଫଳରେ ଉକ୍ତ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଛି। ମୃତକଙ୍କ ନାମ ନରେଶ କୁମାର ସଚନା (୪୫) ଓ ସେ ଜଣେ ଚାଷୀ ଭାବେ କାମ କରୁଥିଲେ।

ସୂଚନାଯୋଗ୍ୟ, ନରେଶ ସଜେତି ଥାନାକ୍ଷେତ୍ରର ହରବସପୁରରେ ତାଙ୍କ ପତ୍ନୀ ସୀମା ଓ ତିନିଜଣ ପିଲାଙ୍କ ସହିତ ବସବାସ କରୁଥିଲେ। ନରେଶ କ୍ଷେତରେ ଚାଷ କାମ କରିବା ସହିତ ସମୟ ପାଇଲେ ଟ୍ରକ୍‌ ମଧ୍ୟ ଚଳାଇ ଥାଆନ୍ତି। ସେ ଗତ ଗୁରୁବାର କୌଣସି କାମରେ ବାହାରକୁ ଯାଇଥିଲେ। ସାଖାହାରି ନିକଟସ୍ଥ ଚୌରାହେରେ ଅଟକି ଗୁପ୍‌ଚୁପ୍‌ ଖାଇଥିଲେ। ଗୁପ୍‌ଚୁପ୍‌ ଖାଉଥିବା ସମୟରେ ତାଙ୍କ ଗଳାରେ କୌଣସି କାରଣରୁ ଗୁପ୍‌ଚୁପ୍‌ ଲାଖି ଯାଇଥିଲା। ଯାହାଫଳରେ କି ତାଙ୍କୁ ନିଶ୍ୱାସ ନେବାରେ ବହୁ ଅସୁବିଧା ପରିଲକ୍ଷିତ ହୋଇଥିଲା। ସେ କାଶିକାଶି ଘଟଣାସ୍ଥଳରେ ଅଚେତ ହୋଇ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ଥିବା ଲୋକମାନେ ନରେଶଙ୍କ ମୁହଁରେ ପାଣି ଛିଟିକା ମାରିଥିଲେ, ହେଲେ ବି ତାଙ୍କ ଚେତା ଫେରି ନଥିଲା। ଏହାପରେ ନରେଶଙ୍କୁ ସଙ୍ଗେସଙ୍ଗେ ଘାଟମପୁର ଡାକ୍ତରଖାନା ଅଣା ଯାଇଥିଲା। ସେଠାରେ ଡାକ୍ତର ନରେଶଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି ନରେଶଙ୍କୁ ଗୁପ୍‌ଚୁପ୍‌ ଖାଉଥିବା ସମୟରେ ହାର୍ଟଆଟାକ୍‌ ହୋଇଥିଲା। ତେବେ ଏଯାବତ୍‌ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସ୍ଥାନୀୟଲୋକ କିନ୍ତୁ ନରେଶଙ୍କ ମୃତ୍ୟୁ ଗଳାରେ ଗୁପ୍‌ଚୁପ୍‌ ଅଟକି ଥିବା ହେତୁ ହୋଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର