ଏହି ବ୍ୟକ୍ତିଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଭୁଲ ସ୍ଥାନରେ ଅଛି, ୧୬୪୩ ମସିହାରେ ବି ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା !

ଲକ୍ଷ୍ମୌ: ଉତ୍ତରପ୍ରଦେଶର କୁଶୀନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଏକ୍ସ-ରେ ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଏକ୍ସ-ରେ ରିପୋର୍ଟରୁ ଜଣାପଡ଼ିଥିଲା ଜମାଲୁଦ୍ଦିନ୍‌ ନାମକ ବ୍ୟକ୍ତି ସାଧାରଣ ମଣିଷ ପରି ରହୁଥିଲେ ହେଁ ତାଙ୍କର ଶରୀର ଭିତରର କିଛି ଅଙ୍ଗପ୍ରତ୍ୟଙ୍ଗ ଭୁଲ୍‌ ସ୍ଥାନରେ ରହିଛି। ଜମାଲୁଦ୍ଦିନ୍‌ଙ୍କର ହାର୍ଟ(ହୃଦୟ) ଡାହାଣ ପଟରେ ଥିବାବେଳେ ଲିଭର(ଯକୃତ) ଏବଂ ଗଲବ୍ଲାଡର(ପୀତକୋଷ) ବାମପଟରେ ରହିଛି।

କିଛିଦିନ ତଳେ ଜମାଲୁଦ୍ଦିନ୍‌ଙ୍କ ପେଟରେ ଖୁବ୍‌ ଯନ୍ତ୍ରଣା ହୋଇଥିଲା। ତେଣୁ ସେ ଗୋରଖପୁରର ଜଣେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଏକ୍ସ-ରେ ପାଇଁ କହିଥିଲେ। ଏକ୍ସ-ରେ ରିପୋର୍ଟରୁ ଡାକ୍ତର ଯାହା ଦେଖିଥିଲେ  ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଜମାଲୁଦ୍ଦିନ୍‌ଙ୍କ ଚିକିତ୍ସା କରିଥିବା ଡାକ୍ତର ଶଶିକାନ୍ତ ଦୀକ୍ଷିତ କହିଛନ୍ତି, ଜମାଲୁଦ୍ଦିନ୍‌ଙ୍କ ଗଲବ୍ଲାଡରରୁ ପଥର ବାହାରି ଥିଲା। ଏହି ଅସ୍ତ୍ରୋପଚାର କରିବା ବହୁ କଷ୍ଟସାଧ୍ୟ ହୋଇଥିଲେ ବି ସଫଳ ରହିଥିଲା। ଏବେ ସେ ସୁସ୍ଥ ଅଛନ୍ତି।

ତେବେ ଭାରତରେ ଏଭଳି ଘଟଣା ପ୍ରଥମ ନୁହେଁ।  ଡାକ୍ତରୀ ଇତିହାସ କହେ ଠିକ ଏମିତି ଏକ ଘଟଣା ୧୬୪୩ରେ ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତିଙ୍କର ଶରୀରରେ ଯେଉଁ ଠାରେ ଯେଉଁ ଅଙ୍ଗ ରହିବା କଥା ତାହା ରହିନାହିଁ।

ସମ୍ବନ୍ଧିତ ଖବର