ଚୋରି କରିବା ଉଦ୍ଦେଶ୍ୟରେ ଗାଡ଼ିର କାଚ ଭାଙ୍ଗୁଥିବା ବେଳେ ଚୋର ମୁହଁରେ ଆସି ବାଜିଲା ଇଟା, ତା’ପରେ କ’ଣ ଘଟିଲା ଦେଖନ୍ତୁ
ନୂଆଦିଲ୍ଲୀ : ପୂର୍ବରୁ ସୋସିଆଲ ମିଡିଆରେ ଅନେକ ଅଜବ ଅଜବ ଭିଡିଓ ଭାଇରାଲ ହୋଇଛି । ସେ ମଧ୍ୟରୁ କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ତ କିଛି ଲୋକଙ୍କୁ ହସାଇଛି । ଠିକ୍ ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଚୋରି କରିବାକୁ ଆସିଥିବା ଜଣେ ଚୋରର ଅବସ୍ଥା କ’ଣ ହେଉଛି ତାହା ଦେଖିବାକୁ ମିଳିଛି । ଭାଇରାଲ ଭିଡିଓରେ ଜଣେ ଯୁବକ ଆସି ଠିଆ ହୋଇଥିବା କାର୍ର କାଚକୁ ଏକ ଇଟା ଫିଙ୍ଗୁଛନ୍ତି । କିନ୍ତୁ ଗାଡ଼ିର କାଚ ଭାଙ୍ଗିବା ପରିବର୍ତ୍ତେ ଇଟାଟି ଆସି ଯୁବକର ମୁହଁରେ ବାଜୁଛି । ଏଭଳି ଭିଡିଓ ଦେଖିବା ପରେ ଲୋକେ ଏହାକୁ କର୍ମର ଫଳ ବୋଲି କହିବା ଆରମ୍ଭ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
A 40-year-old man hurled a brick at a specially adapted disabled car – but it bounced back and hit him in the face. 😂🤣
The police later arrested him for criminal damage. #karma pic.twitter.com/pNtUgTDrQM
— Ben Claimant (@imajsaclaimant) October 11, 2019
ଟୁଇଟ୍ରରେ ସେୟାର କରାଯାଇଥିବା ଭିଡିଓଟି ଲୋକଙ୍କୁ ପସନ୍ଦ ଆସିବା ସହ ଲୋକେ ଏହାକୁ ଅଧିକ ସଂଖ୍ୟାରେ ସେୟାର କରିବାରେ ଲାଗିଛନ୍ତି। ଭାଇରାଲ ଭିଡିଓରେ, ଜଣେ ଯୁବକ ଏକ ଜ୍ୟାକେଟ୍ ପିନ୍ଧି ଠିଆ ହୋଇଥିବା କାର୍ ପାଖକୁ ଆସୁଛନ୍ତି । ପରେ ଏପଟ ସେପଟ ଦେଖିବା ସହ ଏକ ଇଟା ଆଣି କାର୍ର କାଚକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଇଟାଟି କାର୍ର କାଚରେ ବାଜିବା ପରେ ଯୁବକଙ୍କ ମୁହଁରେ ଆସି ବାଜୁଛି । ଯାହା ପରେ ଯୁବକଜଣଙ୍କ ନିଜ ମୁହଁକୁ ଆଉଁସି ଫେରି ଯାଉଛନ୍ତି ।