ଅଜବ: ମସ୍ତିଷ୍କରେ ଥିବା ବିରଳ ଟ୍ୟୁମର ପାଇଁ ୧୬ବର୍ଷରେ ମୋହନଙ୍କ ଉଚ୍ଚତା ହେଲାଣି ୭ଫୁଟ୍‌ ୪ଇଞ୍ଚ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ପିଠୋରାଗଡ଼ରେ ରୁହନ୍ତି ୧୬ବର୍ଷୀୟ ମୋହନ ସିଂହ । ଦ୍ୱାଦଶ ଶ୍ରେଣୀ ଛାତ୍ର ହୋଇଥିବା ବେଳେ ସେ ପାଠ ପଢ଼ିବାକୁ ଭଲ ପାଇଥାନ୍ତି । କିନ୍ତୁ ସେ ଅନ୍ୟମାନଙ୍କ ଭଳି ସାଧାରଣ ନୁହନ୍ତି । ୧୬ବର୍ଷରେ ତାଙ୍କ ଉଚ୍ଚତା ୭ଫୁଟ୍‌ ୪ଇଞ୍ଚ ହୋଇଥିବା ବେଳେ ଓଜନ ରହିଛି ୧୧୩କେଜି । ଏଭଳି ହେବାର କାରଣ ହେଉଛି ତାଙ୍କ ମସ୍ତିଷ୍କରେ ଥିବା ବିରଳ ଟ୍ୟୁମର । ଏବେ ମୋହନଙ୍କ ମସ୍ତିଷ୍କରେ ଥିବା ଟ୍ୟୁମରକୁ ବାହର କରିବା ପାଇଁ ଏମ୍ସରେ ଏକ ସର୍ଜରୀ କରାଯାଇଛି । ତେବେ ଏହି ସର୍ଜରୀ ପରେ ମୋହନଙ୍କ ଓଜନ କମ ହେଲେ ମଧ୍ୟ ତାଙ୍କ ଉଚ୍ଚତାରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି କହିଛନ୍ତି ଡ଼ାକ୍ତର ।

Richmond Nursing

ମୋହନଙ୍କ ବାପାଙ୍କ କହିବା ଅନୁଯାୟୀ, ପ୍ରଥମେ ଆମେ ମୋହନଙ୍କ ଉଚ୍ଚତା ବଢ଼ୁଥିବା ଦେଖି ଖୁସି ଥିଲୁ । କିନ୍ତୁ ପରେ ଏହା ମୁଣ୍ଡ ବିନ୍ଧାର କାରଣ ବନି ଯାଇଥିଲା । ମୋହନଙ୍କ ଖଟକୁ ୭ଫୁଟ୍‌ର କରାଯିବା ସହ ତାଙ୍କ ପାଇଁ ଜୋତା ଫ୍ୟାକ୍ଟ୍ରିରୁ ସ୍ୱତନ୍ତ୍ର ଭାବେ ଜୋତା ତିଆରି ହୋଇ ଆସିବା ଆରମ୍ଭ ହେଲା । ଉଚ୍ଚତା ପାଇଁ ତାଙ୍କୁ ଶୌଚ ହେବାରେ ଅସୁବିଧା ଅନୁଭବ ହେବା ଆରମ୍ଭ ହେଲା ।

୫ମାସ ପୂର୍ବରୁ ମୋହନଙ୍କ ମୁଣ୍ଡରେ ଗଭୀର ଯନ୍ତ୍ରଣା ହେବା ପରେ ଆମେ ଡ଼ାକ୍ତରଖାନା ନେଇଥିଲୁ । ସେଠାରେ ଏମ୍‌ଆରଆଇ ସ୍କାନ ହେବା ପରେ ମୋହନଙ୍କ ମସ୍ତିଷ୍କରେ ଟ୍ୟୁମର ଥିବା ସାମ୍ନାକୁ ଆସିଥିଲା । ଟ୍ୟୁମର ପାଇଁ ହିଁ ମୋହନଙ୍କ ଉଚ୍ଚତା ଏବଂ ଓଜନ ବଢ଼ୁଥିବା କହିଥିଲେ ଡ଼ାକ୍ତର । ଏହା ପରେ ଏମ୍ସରେ ସର୍ଜରୀ ପାଇଁ ପରାମର୍ଶ ଦେଇଥିଲେ ।

ସମ୍ବନ୍ଧିତ ଖବର