ଜାଣନ୍ତୁ କେଉଁ କାରଣ ପାଇଁ ‘ଗନ୍ କ୍ୟାରେଜ୍’ରେ ଅଣାଗଲା ଅରୁଣ ଜେଟ୍ଲୀଙ୍କ ପାର୍ଥିବ ଶରୀର?
ନୂଆଦିଲ୍ଲୀ : ଦେଶର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କର ଗତକାଲି ଦିଲ୍ଲୀ ଏମ୍ସରେ ମୃତ୍ୟୁ ହେବା ପରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ‘ଗନ୍ କ୍ୟାରେଜ୍’ରେ ନିଗମବୋଧ ଘାଟକୁ ଅଣାଯାଇଥିଲା । ଯାହା ପରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ସଂପର୍ଣ୍ଣ ହୋଇଥିଲା । ତେବେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କୁ କ’ଣ ପାଇଁ ‘ଗନ୍ କ୍ୟାରେଜ୍’ରେ ଅଣାଗଲା, ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଘୁରି ବୁଲୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ନିୟମାନୁସାରେ, ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀରରକୁ ‘ଗନ୍ କ୍ୟାରେଜ୍’ରେ ଅନ୍ତିମ ସଂସ୍କାର ସ୍ଥଳକୁ ଅଣାଯାଇଥାଏ । ଅରୁଣ ଜେଟ୍ଲୀ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ରକ୍ଷା ମନ୍ତ୍ରୀର ପଦ ସମ୍ଭାଳିଥିବାରୁ ତାଙ୍କ ପାର୍ଥିବ ଶରୀରକୁ ‘ଗନ୍ କ୍ୟାରେଜ୍’ରେ ରଖାଯାଇଥିଲା । ସକାଳ ୧୦ଟା ୫୮ମିନିଟ୍ରେ ଜେଟ୍ଲୀଙ୍କ ପାର୍ଥିବ ଶରୀରକୁ ଫୁଲରେ ସଜା ହୋଇଥିବା ‘ଗନ୍ କ୍ୟାରେଜ୍’ରେ ରଖାଯାଇ ବିଜେପି ମୁଖ୍ୟାଳୟକୁ ଅଣାଯାଇଥିଲା । ଯାହା ପରେ ତାଙ୍କୁ ନିଗମବୋଧ ଘାଟକୁ ଅଣାଯାଇଥିଲା ।