‘ଠେକୁଆ ପାଳନ’ କ୍ୟାରିଅର୍‌ର ଏକ ଉତ୍ତମ ବିକଳ୍ପ!

ସାଧାରଣତଃ ଲୋକେ ନିଜ ଘର, ଫାର୍ମହାଉସ୍‌ରେ ସଉକରେ ଠେକୁଆ ରଖିଥାଆନ୍ତି । କିନ୍ତୁ ଆପଣ କ‘ଣ ଜାଣନ୍ତି ଯେ ଠେକୁଆ ପାଳନ ବ୍ୟାବସାୟିକ ସ୍ତରରେ ଖୁବ୍‌ ଲାଭଦାୟକ ଓ ଏବେ କ୍ୟାରିଅର୍‌ର ରୂପ ନେଇସାରିଛି ।
ଠେକୁଆ ପାଳନରେ କମ୍‌ ପୁଞ୍ଜି ଲଗାଣ କରିବାକୁ ପଡ଼ିଥାଏ ଏବଂ ଖୁବ୍‌ କମ୍‌ ଜାଗା ମଧ୍ୟ ଦରକାର ହୁଏ । ଭୂମିହୀନ କୃଷକ, ଅଶିକ୍ଷିତ ଯୁବକ ଓ ମହିଳାମାନଙ୍କ ପାଇଁ ଠେକୁଆ ପାଳନ ଅଂଶକାଳୀନ ଚାକିରି ଭଳି ଆୟର ସାଧନ ହୋଇଥାଏ ।

ବିଭିନ୍ନ ପ୍ରକାର ପ୍ରଜାତିର ଠେକୁଆ ଏବେ ଉପଲବ୍ଧ । ଏମାନଙ୍କ ମଧ୍ୟରେ ଫ୍ଲେମିଶ୍‌ ହାଇଟ୍‌, ନ୍ୟୁଜିଲାଣ୍ଡବ୍ଲାକ୍‌ , କାଲିଫର୍ଣ୍ଣିଆ ଓ ଅଙ୍ଗୋରାନେସ୍‌ ଲ ଇତ୍ୟାଦି ଉଲ୍ଲେଖନୀୟ । ଭାରତରେ ଜଙ୍ଗଲୀ ଠେକୁଆକୁ ବାରଣ କରାଯାଇଛି । ଠେକୁଆ ଠାରୁ ଉଚ୍ଚ ଗୁଣବତ୍ତା ସଂପନ୍ନ ପ୍ରୋଟିନ୍‌ ଯୁକ୍ତ ମାଂସ ମିଳିଥାଏ । ଏହି ମାଂସର ବଜାରରେ ଯଥେଷ୍ଟ ଚାହିଦା ଅଛି । ଏହି ଠେକୁଆ ମାତ୍ର ତିନିମାସରେ ୨ ରୁ ୩ କିଲୋ ମାଂସ ଦେଇଥାଏ । ଏହାର ମାଂସ ବଜାରରେ ୩୦୦ ଟଙ୍କା ପ୍ରତି କିଲୋ ବିକ୍ରି ହୋଇଥାଏ । ଠେକୁଆମାନଙ୍କୁ ଯେତେ ଅଧିକ ଭଲ ଖାଦ୍ୟ ଦେବେ, ସେମାନେ ସେତିକି ଭଲ ପ୍ରତିଫଳ ଦେଇଥାଆନ୍ତି ।

 

ପ୍ରତ୍ୟେକ ଠେକୁଆ ଦିନରେ ୫୦ ରୁ ଶହେ ମିଲିଲିଟର ପାଣି ପିଇଥାଆନ୍ତି । ଏମାନଙ୍କ ପାଇଁ ୪୦ ଗ୍ରାମ୍‌ର ମୁଖ୍ୟ ଭେ ।ଜନ ଓ ୪୦ ଗ୍ରାମ୍‌ର ସବୁଜ ଚାରା ଯୋଗାଡ କରିବାକୁ ପଡେ । ଏମାନେ ପତ୍ରକୋବି, ଓଦିଆ ପତ୍ର, ଚଣା, ଗାଜର, ଦଲିୟା, ଆମ୍ବ , କଦଳୀ, ପାଳଙ୍ଗ ଆଦି ଖାଇଥାଆନ୍ତି । ଏମାନଙ୍କର ଲମ୍ବା ତିନିଫୁଟ୍‌ରେ ହୋଇଥାଏ । ଏମାନଙ୍କ ଓଜନ ମଧ୍ୟ ୨ ରୁ ୫ କିଲୋଗ୍ରାମ୍‌ ମଧ୍ୟରେ ହୋଇଥାଏ । ଠେକୁଆ ମାନଙ୍କର ଆୟୁ ୭ ରୁ ୧୦ ବର୍ଷ । ଏମାନେ ବର୍ଷର ବାରମାସରେ ଛୁଆ ଜନ୍ମ କରିଥାଆନ୍ତି । ଠେକୁଆ ମାତ୍ର ପାଞ୍ଚରୁ ଛଅ ମାସ ମଧ୍ୟରେ ଛୁଆ ଦେବା ଆରମ୍ଭ କରିଥାଏ । ଏମାନଙ୍କର ଗର୍ଭାବସ୍ଥା ୩୦ ରୁ ୩୨ ଦିନ ଯାଏଁ ରହେ । ଥରକରେ ଠେକୁଆ ୬ ରୁ ୮ଟି ଛୁଆ ଜନ୍ମ ଦେଇଥାଏ ।

ଠେକୁଆ ଠାରୁ ଉଚ୍ଚ ଗୁଣବତ୍ତା ସଂପନ୍ନ ପ୍ରୋଟିନ୍‌ ଯୁକ୍ତ ମାଂସ ମିଳିଥାଏ । ଏହି ମାଂସର ବଜାରରେ ଯଥେଷ୍ଟ ଚାହିଦା ଅଛି । ଠେକୁଆ ମାତ୍ର ତିନି ମାସରେ ୨ ରୁ ୩ କିଲୋ ମାଂସ ଦେଇଥାଏ । ଏହାର ମାଂସ ବଜାରରେ ୩୦୦ ଟଙ୍କା ପ୍ରତି କିଲୋ ବିକ୍ରି ହୋଇଥାଏ । ଠେକୁଆମାନଙ୍କ ଯେତେ ଅଧିକ ଭଲ ଖାଦ୍ୟ ଦେବେ, ସେମାନେ ସେତିକି ଭଲ ଫଳ ଦେଇଥାଆନ୍ତି ।
ଠେକୁଆ ମାନଙ୍କୁ ଶାନ୍ତ ପରିବେଶରେ ରଖାଯିବା ଉଚିତ୍‌ । ସେମାନଙ୍କର ପରିଷ୍କାର, ପରିଚ୍ଛନ୍ନତା ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯିବା ଉଚିତ । ଠେକୁଆ ପାଳନରେ ବିଶେଷ କଷ୍ଟ କରିବାକୁ ପଡେନାହିଁ । ଏହି ବ୍ୟବସାୟରୁ ଜଣେ ମାସିକ ୧୦ ହଜାରରୁ ଅଧିକ ଟଙ୍କା ଆୟ କରିପାରିବ । ଏହା କ୍ୟାରିଅର୍‌ର ଏକ ଉତ୍ତମ ବିକଳ୍ପ ।

ସମ୍ବନ୍ଧିତ ଖବର