ଅତ୍ୟଧିକ ପେନକିଲର ଖାଇବା ଦ୍ୱାରା ହୋଇପାରେ ଏହି ସବୁ ରୋଗ!

କିଛି ଲୋକ ମୁଣ୍ଡ ବ୍ୟଥା ବା ଶରୀର ବ୍ୟଥାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ପେନକିଲର ଖାଆନ୍ତି। ସେହି ସମୟରେ ଆପଣଙ୍କୁ ମୁଣ୍ଡ ବା ଶରୀର ବ୍ୟଥାରୁ ଆରାମ ମିଳିଯାଏ , କିନ୍ତୁ ପରେ ଏହି ପେନ କିଲର ଆପଣଙ୍କ ରୋଗର କାରଣ ହୁଏ। ପେନ କିଲର୍ସ ଶରୀର ଭିତରେ ବିପରୀତ ପ୍ରଭାବ ପକାଏ। ଯଦି କୈାଣସି ବ୍ୟକ୍ତି ଡାଇବେଟିସ, ହାଇପର ଟେନସନ, ହାଇ କୋଲେଷ୍ଟ୍ରଲ ବା କିଡନୀ ଜନିତ ସମସ୍ୟାରେ ପୀଡିତ ତେବେ ଏହି ପେନ କିଲର୍ସ ବିପରୀତ ପ୍ରଭାବ ପକାଇପାରେ। ପେନକିଲର ଅତ୍ୟଧିକ ଖାଇବା ଦ୍ୱାରା ହୋଇପାରେ ଏହି ସବୁ ରୋଗ। ଯଥା-

ଶ୍ୱାସ ରୋଗ : କେତେକ ପେନ କିଲର ଅଛି, ଯାହାକି ଶ୍ୱାସ ସମ୍ବନ୍ଧିତ ରୋଗ ଉତ୍ପନ୍ନ କରିପାରେ। ଏହାର ଅଧିକ ପ୍ରୟୋଗ ଦ୍ୱାରା ବ୍ୟକ୍ତି ଶ୍ୱାସରୋଗର ଶିକାର ବି ହୋଇପାରେ।

ପେଟରେ ଘା’ : ପେନ କିଲର ନେବା ଦ୍ୱାରା ପେଟରେ ଗ୍ୟାସର ସମସ୍ୟା ହେବା ସାଧାରଣ ହୋଇଯାଏ। ଛାତିରେ ଜଳାପୋଡା, ପେଟ ବ୍ୟଥା, ବାନ୍ତି ହେବାର ସମସ୍ୟା ହୁଏ। ଏହାପରେ ଧିରେ ଧିରେ ପେଟ ଫୁଲିଯାଏ ଓ ସେଥିରେ ଘା’ ହୋଇଯାଏ। ଏହି ସମସ୍ୟା ଏତେ ବଢ଼ିଯାଏ ଯେ ସେହି ଘା’ରୁ ରକ୍ତ ମଧ୍ୟ ବହେ।

ହୃଦୟ ଜନିତ ରୋଗ : ଦୀର୍ଘ ସମୟ ଧରି ପେନ କିଲରର ସେବନ କିଡନୀ ଫେଲ, ଲିଭର ଖରାପ ହେବା ବା ମାନସିକ ରୋଗର କାରଣ ହୋଇପାରେ। ପେନ କିଲର ରକ୍ତକୁ ଦୂଷିତ କରେ, ଯଦ୍ୱାରା ହୃଦୟ ଜନିତ ରୋଗ, ହାର୍ଟ ଫେଲ୍ୟୋର ଯେମିତି ସମସ୍ୟା ହୁଏ।

ଲିଭର ଫୁଲିବା : ପେନ କିଲର୍ସ ଲିଭର ଉପରେ ବି ପ୍ରଭାବ ପକାଏ, ଯେଉଁ ଲୋକମାନେ ଅଧିକ ମାତ୍ରାରେ ଏହାର ସେବନ କରନ୍ତି , ସେମାନଙ୍କ ପାଖରେ ଲିଭରର ସେଲ୍‌ସ ଖରାପ ହେବାର ସମସ୍ୟା ଆସିଯାଏ। ଏହାର ସବୁଠାରୁ ବଡ ଲକ୍ଷଣ ହେଉଛି ଭୋକ କମ ହେବା। ଏହା କିଡନୀ ଉପରେ ପ୍ରଭାବ ପକାଏ । କିଡନୀ ଖରାପ ହେବାର ସମସ୍ୟା ଥାଏ।

ରକ୍ତ ଜମାଟ ବାନ୍ଧିବା ବା ଅଧିକ ରକ୍ତ ପ୍ରବାହ ହୋଇପାରେ : ବେଳେବେଳେ ପେନ କିଲରରୁ ଉପଶମ ନମିଳିଲେ କିଛି ସମୟ ପରେ ଅନ୍ୟ ପେନ କିଲର ଖାଇଥାଉ, ଯାହାକି ଶରୀରକୁ ଭିତରୁ କ୍ଷତି ପହଂଚାଇଥାଏ। ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ଗୋଟିଏରୁ ଅଧିକ ପେନ କିଲରର ସେବନ ସାଇଡ ଇଫେକ୍ଟର ସମସ୍ୟାକୁ ବଢ଼ାଇ ଦିଏ। ଅଧିକ ମାତ୍ରାରେ ପେନ କିଲର ନେଲେ ବ୍ଲିଡିଙ୍ଗ, କିଡନୀ ଫେଲ୍ୟୋର, ହାର୍ଟ ହାଟାକ, ବ୍ଲଡ କ୍ଲଟିଙ୍ଗ ଭଳି ରୋଗ ହୋଇପାରେ।

ସମ୍ବନ୍ଧିତ ଖବର