୨୦୧୪ ମସିହାରେ ନାତି କରିଥିବା କାରନାମାକୁ ୨୦୧୯ରେ ଟୁଇଟ୍‌ କଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଖୁବ୍‌ ସକ୍ରିୟ। ପୂର୍ବରୁ ଅନେକ ଥର ସେ ମଜାଦାର ଟୁଇଟ୍‌ କରି ଲୋକଙ୍କ ଦୃଷ୍ଟିକୁ ଆସି ସାରିଛନ୍ତି। ଏଥର ଆନନ୍ଦଙ୍କ ଟୁଇଟ୍‌ର ଖୋରାକ ସାଜିଛନ୍ତି ତାଙ୍କର ୮ ବିର୍ଷିଅ ନାତି। ଅବଶ୍ୟ ନାତିଙ୍କ ସଂପର୍କରେ ସେ ଯେଉଁ କଥାଟି ଉଲ୍ଲେଖ କରିଛନ୍ତି ସେ ମସୟରେ ତାଙ୍କ ନାତିଙ୍କ ବୟସ ଥିଲା ୪ ବର୍ଷ। ୨୦୧୪ ମସିହାର ଘଟଣାକୁ ୨୦୧୯ ମସିହାରେ ମନେପକାଇ ଟୁଇଟ୍‌ କରି ଫଲୋର୍ସଙ୍କ କମେଣ୍ଟ୍‌ ସାଉଁଟିଛନ୍ତି ଆନନ୍ଦ।

ଘଟଣାଟି ହେଉଛି, ୨୦୧୪ ମସିହାରେ ଆନନ୍ଦଙ୍କ ୪ ବର୍ଷିଅ ନାତି ନିଜ ବାପାଙ୍କ କୋରିଆନ୍‌ ପାସପୋର୍ଟକୁ ପାଇବା ପରେ ତାହାକୁ ଚିତ୍ର ବହି ପରି ବ୍ୟବହାର କରିଥିଲେ। ସେ ବାପାଙ୍କ ପାସପୋର୍ଟରେ ଚିତ୍ର ଆଙ୍କି ତାହାକୁ ପୂରାପୂରି ମୂଲ୍ୟହୀନ କରି ପକାଇଥିଲ। ଯେଉଁଥିପାଇଁ, ସେ ସମୟରେ ଆନନ୍ଦଙ୍କ ପୁଅଙ୍କୁ ଦକ୍ଷିଣ କୋରିଆର ବିମାନବନ୍ଦରରେ ଅଟକା ଯାଇଥିଲା ମଧ୍ୟ।

 

ଆନନ୍ଦ ଏବେ ତାଙ୍କ ପୂଅର ସେହି ଚିତ୍ର ଅଙ୍କା ଯାଇଥିବା ମୂଲ୍ୟହୀନ ପାସ୍‌ପୋର୍ଟଟିକୁ ଟୁଇଟ୍‌ କରିବା ସହ ଜଣେ ଚାଇନା ଶିଶୁ ନିଜ ବାପାଙ୍କ ସାମ୍ନାରେ କ୍ଷମା ମାଗିବା ଢଙ୍ଗରେ ବସିଥିବାର ଏକ ଫଟୋ ବି ଦେଇଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି କି ‘ଏହା ଅମୂଲ୍ୟ ଅଟୋ। କାହିଁକି ନା ସେ ସମୟରେ ମୋ ପାଖରେ ମୋ ଅସଜଡ଼ା ନାତି ରହୁଥିଲା। ତେଣୁ ମୁଁ ସୁନିଶ୍ଚିତ ହେଉଥିଲି ଯେ ମୋ ପାସ୍‌ପୋର୍ଟ ତା ହାତଠାରୁୁ ଦୂରରେ। ମୋତେ ଲାଗୁନି ଯେ ସେ କେବେ ଏହି ଚାଇନା ଶିଶୁ ପରି କ୍ଷମା ମାଗିପାରିବ।’

ସମ୍ବନ୍ଧିତ ଖବର