ଏଥର ସାତ ସେକେଣ୍ଡପାଇଁ ଆପଣ ଜାଣିପାରିବେ କାହାକୁ ଭୋଟ୍‌ ଦେଇଛନ୍ତି

ନୂଆଦିଲ୍ଲୀ:ଆଗାମୀ ନିର୍ବାଚନରେ ଆପଣଙ୍କୁ ଭୋଟ୍‌ ଦେବା ବେଳେ ଏକ ନୂଆ ସୁବିଧା ମିଳିବ। ଇଭିଏମ୍‌ର ବଟନ୍‌ ଦବାଇବା ପରେ ସେଥିରେ ଲାଗିଥିବା ଭିଭି ପେଟ(ଭୋଟର ଭେରିଫାଇଡ ପେପର ଅଡିଟ୍‌ ଟ୍ରୋଲ୍‌) ମେସିନରେ ସାତ ସେକେଣ୍ଡ ପାଇଁ ଦେଖାଯିିବ। ଏହି ଚିଟ୍‌ରେ ପ୍ରାର୍ଥୀଙ୍କ ନାମ,ପାର୍ଟିର ଚିହ୍ନ ଥିବା ଯେଉଁଥିରେ ଆପଣ ଭୋଟ୍‌ ଦେଇଥିବେ।
ଏହି ଚିଟ୍‌ ଆପଣଙ୍କୁ ଖାଲି ମିଳିବ ନାହିଁ,ବରଂ ସାତ ସେକେଣ୍ଡ ପରେ କାଉଣ୍ଟିଂ ମେସିନ୍‌ରେ ରେଜିଷ୍ଟରରେ ଚିଟ୍‌ର ମ୍ୟାଚିଂ ମଧ୍ୟ ଥାଏ। ଏହି ପ୍ରକ୍ରିୟାରେ ସଂପର୍କରେ ସଚେତନା ସୃଷ୍ଟି କରିବା ଲାଗି ଦିଲ୍ଲୀ ନିର୍ବାଚନ କମିଶନ୍‌ କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି।

ଦକ୍ଷିଣ ଦିଲ୍ଲୀର ସିଲେକ୍ଟର ସିଟି ମଲରେ ଦୁଇଟି ଷ୍ଟାଟିକସ ବିୟୋସ୍କର ଶୁଭାରମ୍ଭ କରାଯାଇଛି। ଏଥିରେ ଭୋଟର ନିଜର ନାମ ଭୋଟର ଲିଷ୍ଟରେ ଅଛି କି ନା ତାହା ଜାଣିହେବ। ଫର୍ମ-୬ ପୂରଣ କରି ସେଠାରେ ଦାଖଲ କରିଲେ ନିଜ ନାଆଁ ସାମିଲ ହୋଇପାରିବ।

ସମ୍ବନ୍ଧିତ ଖବର