ଆଜିକାଲିର ଯୁବପିଢ଼ି ସୋସିଆଲ ମିଡ଼ିଆରେ ବହୁ ସମୟ ଅତିବାହିତ କରୁଛନ୍ତି । ଖାଲି ସମୟ ବିତାଉଛନ୍ତି ତାହା ନୁହଁ, ବରଂ ଏଥିରୁ ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିିଭଳି ଅର୍ଥ ରୋଜଗାର କରିବା ନିଶାରେ ୟୁଟ୍ୟୁବ୍ ଭିଡ଼ିଓ ପ୍ରସ୍ତୁତ କରି ବର୍ତ୍ତମାନ ଜେଲ୍ ଯାଇଛନ୍ତି ଅହଲିନ୍ ଟଚ୍ ନାମକ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ଫୋନ ରାଟ୍ରି। ସ୍ୱାମୀ-ସ୍ତ୍ରୀ ମିଶି କମ୍ବୋଡ଼ିଆର ଏକ ଜଙ୍ଗଲରେ ଥିବା ବିଭିନ୍ନ ଦୁର୍ଲଭ ଜୀବଜନ୍ତୁ ମାରି ତାହାକୁ ଖାଇବାର ଭିଡ଼ିଓ ୟୁଟ୍ୟୁବ୍ରେ ପୋଷ୍ଟ କରୁଥିଲେ । ଏହି ଭିଡ଼ିଓ ବହୁଳ ପରିମାଣରେ ଦର୍ଶକ ଦେଖିବା ସହ ଏଥିରୁ ତାଙ୍କର ପ୍ରଚୁର ଅର୍ଥ ରୋଜଗାର ହେଉଥିଲା । ଏହି ଭିଡ଼ିଓ ଭାଇରାଲ ହେବାପରେ ଦେଶର ପରିବେଶ ମନ୍ତ୍ରାଳୟ ନଜରରେ ଆସିଥିଲା । ପରେ ଦୁହିଁଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି।
ଅହଲିନ୍ ଟଚ୍ କମ୍ବୋଡ଼ିଆର ଏକ ଜଙ୍ଗଲରେ କ୍ୟାମ୍ପ ପକାଇ ତାଙ୍କ ସ୍ୱାମୀଙ୍କ ସହିତ ରହୁଥିଲେ । ସେଠାରେ ସେ ସାପ, ବେଙ୍ଗ, ଜଙ୍ଗଲୀ ପକ୍ଷୀ ଏବଂ ଅନେକ ସାମୁଦ୍ରିକ ଜୀବକୁ ମାରି କ୍ୟାମ୍ପରେ ରୋଷେଇ କରି ଖାଉଥିବା ବେଳେ ତାହାର ଭିଡ଼ିଓ ପ୍ରସ୍ତୁତ କରୁଥିଲେ ତାଙ୍କ ସ୍ୱାମୀ ଫୋନ ରାଟ୍ରି । ସେ ଖାଇଥିବା ଜୀବଙ୍କ ମଧ୍ୟରେ ଦୁର୍ଲଭ ବଡ଼ ଝିଟିପିଟି ଏବଂ ବାଘଛୁଆକୁ ମଧ୍ୟ ରହିଥିଲେ ।
ଭିଡ଼ିଓଟି ଭାଇରାଲ ହେବା ପରେ ଦେଶର ପରିବେଶ ମନ୍ତ୍ରାଳୟ ନଜରକୁ ଆସିଥିଲା । ସେହି ସମୟରେ ଏହି ଦୁହିଁଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତାଙ୍କୁ ଖୋଜିବା ଆରମ୍ଭ କରାଯାଇଥିଲା। ଉଭୟ ସ୍ୱାମୀ- ସ୍ତ୍ରୀଙ୍କୁ କମ୍ବୋଡ଼ିଆର ସେହି ଜଙ୍ଗଲରେ ଧରା ଯାଇଥିଲା, ଯେଉଁଠାରେ ସେମାନେ ଜନ୍ତୁ ମାରି ତାହାର ଭିଡ଼ିଓ ପ୍ରସ୍ତୁତ କରୁଥିଲେ। ଗିରଫ ହେବା ପରେ ଦୁହେଁ ନିଜକୁ ବଞ୍ଚାଇବାକୁ ଯାଇ କହିଥିଲେ ସେ ଏହି ଜୀବଜନ୍ତୁଙ୍କୁ ଶିକାର କରିନଥିଲେ ବରଂ ତାହାକୁ ବଜାରରୁ କିଣି ଖାଇଥିଲେ । ତେବେ ପୁଲିସ ଘଟଣାଟିର ତଦନ୍ତ କରୁଥିବା ବେଳେ ତଦନ୍ତ ରିପୋର୍ଟ ଆସିବା ପରେ ତାଙ୍କର ଦଣ୍ଡବିଧାନ ହେବା ଜଣାପଡ଼ିବ ।