ଆଇପିଏଲ ଫାଇନାଲରେ ଚେନ୍ନାଇ, ରୋମାଞ୍ଚକର ମ୍ୟାଚରେ ହାଇଦ୍ରାବାଦକୁ ୨ ୱିକେଟରେ ହରାଇଲା 

ମୁମ୍ବାଇ   : ଚଳିତ ଆଇପିଏଲ ୨୦୧୮ର ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପରକିଙ୍ଗସ । ଆଜି ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଏହି ଦଳ ହାଇଦ୍ରାବାଦକୁ ୨ ୱିକେଟରେ ପରାସ୍ତ କରି ଫାଇନାଲକୁ ଯାଇଛି । ଆଜି ଅନୁଷ୍ଠିତ ଏହି ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୪୦ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଚେନ୍ନାଇର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନମାନେ ସହଳ ଆଉଟ ହୋଇଯାଇଥିଲେ । ତେବେ ଡ୍ୟୁପ୍ଲେସିସଙ୍କ ଲଢୁଆ ବ୍ୟାଟିଂ ଫଳରେ ଚେନ୍ନାଇ ଏହି ମ୍ୟାଚକୁ ହାଇଦ୍ରାବାଦ ହାତରୁ ଛଡାଇଆଣିଥିଲେ । ସେ ୪୨ଟି ବଲରେ ୬୭ ରନ କରିଥିଲେ ଓ ଛକା ମାରି ଦଳକୁ ବିଜୟ ଦେଇଥିଲେ । ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ହାଇଦ୍ରାବାଦ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ପ୍ରଥମରୁ ହିଁ ନିଜର ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧଓ୍‌ନଙ୍କୁ ହରାଇଥିଲା । ଧୱ୍‌ନ ନିଜର ଖାତା ଖୋଲିପାରିନଥିଲେ । ଏହା ପରେ ଶ୍ରୀବତ୍ସ ଗୋସ୍‌ାମୀ ଓ କେନ ଓ୍‌ିଲିୟମ୍ସ ସତର୍କତାର ସହ ଖେଳି ଇନିଂସକୁ ଆଗେଇ ନେଇଥିଲେ ମଧ୍ୟ ଦଳର ସ୍କୋର ମାତ୍ର ୩୪ ରନ ହୋଇଥିବାବେଳେ ଗୋସ୍‌ାମୀ (୧୨ ରନ) ଆଉଟ ହୋଇଥିଲେ । ଏହା ପରେ ଦଳର ମଧ୍ୟକ୍ରମ ବ୍ୟାଟିଂ କ୍ରମ ଶସ୍ତାରେ ଧରାଶାୟୀ ହୋଇଥିଲା । କି;ୁ ଶେଷ ବେଳକୁ ୟୁସୁଫ ପଠାନ ଓ କାର୍ଲୋସ ବ୍ରାଥଓ୍‌ାଇଟ୍‌ ଦ୍ରୁର ରନ ସଂଗ୍ରହ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । କାର୍ଲୋସ ବ୍ରାଥଓ୍‌ାଇଟ୍‌ ୨୯ ବଲରେ ୪୩ ରନ ସଂଗ୍ରହ କରିଥିଲେ ଛ ନିଜର ଏହି ଇନିଂସରେ ସେ ୪ଟି ଛକା ମାରିଥିଲେ । ଚେନ୍ନାଇ ତରଫରୁ ବ୍ରାଭୋ ୨୫ ରନ ଦେଇ ୨ଟି ଓ୍‌ିକେଟ ନେଇଥିଲେ ।
ସମ୍ବନ୍ଧିତ ଖବର