ହକି ବିଶ୍ୱକପ ଲାଇଭ୍ ଦେଖିବା ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ଲାଗିବ ୩ଟି ବଡ଼ ଏଲସିଡି

ଭୁବନେଶ୍ବର : ସାରା ଓଡ଼ିଶା ହକି ବିଶ୍ୱକପର ଲାଇଭ ଦେଖିବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନିର୍ବାଚନ ମଣ୍ଡଳୀରେ ୩ଟି ବଡ଼ ଏଲସିଡି  ଲାଗିବ । ହକି ଖେଳ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍ସାହ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥା କରିଛନ୍ତି।

ଆସନ୍ତା ୨୭ ତାରିଖରେ କଳିଙ୍ଗ୍ ଷ୍ଟାଡିୟମରେ ହକି ବିଶ୍ୱକପ୍ ପାଇଁ ଉଦ୍ଦଘାଟନୀ ଉତ୍ସବ ଆୟୋଜିତ ହେବ । ସେହିପରି ୨୮ ତାରିଖରେ ବାରବାଟି ଷ୍ଟାଡିୟମରେ ବିଶ୍ୱ କପ୍ ପାଇଁ ଏଆର ରେହମାନଙ୍କ ସଂଗୀତଭିତ୍ତିକ  କାର୍ଯ୍ୟକ୍ରମ ରହିଛି । ଏଥିରେ ବଲିଉଡ୍ ବାଦଶାହା ଶାହାରୁଖ ଖାଁ ଯୋଗଦେବେ । ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ଦେଶ ମଧ୍ୟରେ ଖେଳ ଚାଲିବ ।

ସମ୍ବନ୍ଧିତ ଖବର