ବିଜେପିରେ ଦୀପା

ନୂଆଦିଲ୍ଲୀ: କ୍ରିକେଟର ଗୌତମ ଗମ୍ଭୀରଙ୍କ ପରେ ପାରାଲିମ୍ପିଆନ୍ ଦୀପା ମଲ୍ଲିକ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ଦୀପା ସୋମବାର ବିଜେପିରେ ଯୋଗ ଦେଇଛନ୍ତି। ହରିଆଣା ବିଜେପି ମୁଖ୍ୟ ସୁବାଷ ବରାଳ ଓ ସାଧାରଣ ସଂପାଦକ ଅନୀଲ ଜୈନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପାରା ଅଲିମ୍ପିକ୍ସରେ ପଦକ ଜିତିବାରେ ଦୀପା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ୪୮ ବର୍ଷୀୟା ଦୀପାଙ୍କ ଜନ୍ମସ୍ଥାନ ହେଉଛି ହରିଆଣାର ଭୈସ୍ବାଲ। ବିଜେପିକୁ ଯିବା ପରେ ଆଗାମୀ ସାଧାରଣ ନିର୍ବାଚନରେ ସେ ଦଳର ଅନ୍ୟତମ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୧୧ ଭାରତୀୟ ବିଶ୍ବକପ୍ ବିଜୟୀ ଦଳର ଅନ୍ୟତମ ସଦସ୍ୟ ଗୌତମ ଗମ୍ଭୀର ମଧ୍ୟ ଦିଲ୍ଲୀରୁ ନିର୍ବାଚନ ଳଢ଼ିବାର ସଙ୍କେତ ଦେଇଛି ବି‌ଜେପି।

ସମ୍ବନ୍ଧିତ ଖବର