ଫିଫା ବିଶ୍ୱକପ୍‌: ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ ସ୍ୱର୍ଣ୍ଣ ଟ୍ରଫି ପାଇଁ ଆଜି ଫ୍ରାନ୍ସ-କ୍ରୋଏସିଆ ମଧ୍ୟରେ ଲଢ଼େଇ

ମସ୍କୋ: ଦୀର୍ଘ ଏକ ମାସ ଧରି ଚାଲିଥିବା ଫିଫା ବିଶ୍ୱକପ୍‌ ୨୦୧୮ ଫାଇନାଲ ମ୍ୟାଚ୍‌ ପରେ ଚାମ୍ପିଅନ ଟିମ୍‌ର ମୁଣ୍ଡ ଉପରେ ଟଙ୍କାର ବର୍ଷା ହେବ। ଆଇ କେଇ ଘଣ୍ଟା ପରେ ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ୍‌ ସୁନାରେ ତିଆରି ଚିକ୍କଣ ଟ୍ରଫି ପାଇଁ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ। ରୁଷିଆର ରାଜଧାନୀରେ ହେବାକୁ ଥିବା ଫିଫା ବିଶ୍ୱକପର ୨୧ତମ ସଂସ୍କରଣରେ ଏହି କଡ଼ା ମୁକାବିଲା ଦେଖିବାକୁ ପଡ଼ିବ। ଫାଇନାଲରେ ପରାଜିତ ଟିମ୍‌କୁ ପାଖାପାଖି ୧୯୧ କୋଟି ଟଙ୍କା ମିଳିବ। ଏହା ବ୍ୟତୀତ ତୃତୀୟ ସ୍ଥାନ ଅଧିକାର କରିଥିବା ବେଲଜିୟମ ଟିମ୍‌କୁ ୨୪ ମିଲିୟନ ଡଲାର ଅର୍ଥାତ ୧୬୪ କୋଟି ଟଙ୍କା ମିଳିବ। ୪ର୍ଥ ସ୍ଥାନରେ ଥିବା ଇଂଲଣ୍ଡ ପାଇବ ୨୨ ମିଲିୟନ ଡଲାର ଅର୍ଥାତ ପାଖାପାଖି ୧୫୦ କୋଟି ଟଙ୍କା ପୁରସ୍କାର।

କେଉଁ ବିଶ୍ୱକପ୍‌ରେ କେତେ ଖର୍ଚ୍ଚ

୧୯୮୨(ସ୍ପେନ୍‌): ୨୦ ମିଲିୟନ ଡଲାର
୧୯୮୬(ମେକ୍ସିକୋ): ୨୬ ମିଲିୟନ ଡଲାର
୧୯୯୦(ଇଟାଲି): ୫୪ ମିଲିୟନ ଡଲାର
୧୯୯୪(ଆମେରିକା): ୭୧ ମିଲିୟନ ଡଲାର
୧୯୯୮(ଫ୍ରାନ୍ସ): ୧୦୩ ମିଲିୟନ ଡଲାର
୨୦୦୨(ଦ. କୋରିଆ ଓ ଜାପାନ): ୧୫୬ ମିଲିୟନ ଡଲାର
୨୦୦୬(ଜର୍ମାନୀ): ୨୬୬ ମିଲିୟନ ଡଲାର

ଚଳିତ ଫିଫା ବିଶ୍ୱକପ୍‌ରେ ପୁରସ୍କାର ରାଶି ୭୯ କୋଟି ୧୦ ଲକ୍ଷ ଡଲାର ରଖାଯାଇଛି। ଏହା ୨୦୧୪ରେ ବ୍ରାଜିଲରେ ଆୟୋଜିତ ବିଶ୍ୱକପ୍‌ ଠାରୁ ୪୦ ପ୍ରତିଶତ ଅଧିକ। ଚାମ୍ପିଅନ ଟିମ୍‌କୁ ମିଳୁଥିବା ପୁରସ୍କାର ରାଶି ଗତ ଥର ତୁଳନାରେ ୩୦ ପ୍ରତିଶତ ଅଧିକ।

ପୁରସ୍କାର ରାଶି ମାମଲାରେ ବିଶ୍ୱକପ୍‌ ୨୦୧୮ ନୂଆ ରେକର୍ଡ କରିଛି। ଗତ ଥର ବ୍ରାଜିଲ ବିଶ୍ୱକପ୍‌ରେ ସମୁଦାୟ ପୁରସ୍କାର ରାଶି ୫୭୬ କୋଟି ମିଲିୟନ ଡଲାର ଥିଲା, ଯାହାକି ୨୦୧୦ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ଏହା ୪୨୦ ମିଲିୟନ ଡଲାର ଥିଲା।

ସମ୍ବନ୍ଧିତ ଖବର