ଅଭାବରୁ ଆଇପିଏଲ୍‌: ଜାଣନ୍ତୁ ୫ଜଣ ଉଦୟମାନ ଖେଳାଳିଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ବିଶ୍ୱର ଅନ୍ୟତମ ଉତ୍କଣ୍ଠାପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଭାବରେ ସୁନାମ ଅର୍ଜନ କରିଛି। ଭାରତରେ ଖେଳାଯାଉଥିବା ଏହି ଖେଳ ଉଭୟ ଖେଳାଳି ଓ ଦର୍ଶକଙ୍କୁ ରଂଗବେରଂଗ ଆବେଗପୂର୍ଣ୍ଣ ଏବଂ ଠିକ୍‌ ସମୟରେ ମନୋରଞ୍ଜନ ଯୋଗାଇ ଥାଏ। ଏଥିରେ ଅନେକ ନବାଗତ ଉଦୀୟମାନ ଖେଳାଳିଙ୍କ ପ୍ରତିଭା ପ୍ରତିପାଦନ କରିବା ସହିତ କ୍ୟାରିୟର ଗଢ଼ିବାକୁ ଏକ ଭଲ ପ୍ଲାଟଫର୍ମ ମିଳିଥାଏ। ସେହିମାନଙ୍କ ମଧ୍ୟରୁ କେତେ ଜଣ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ଅତୀତରେ ବହୁ ସଂଘର୍ଷ କରି କ୍ୟାରିୟର କରିଛନ୍ତି। ଏହାରି ଭିତରୁ କିଛି ବ୍ୟକ୍ତି ବିଶେଷଙ୍କୁ ନେଇ ଏହି ସ୍ୱତନ୍ତ୍ର ଉପସ୍ଥାପନା।

ମହମ୍ମଦ ସିରାଜ:

ହାଇଦ୍ରାବାଦର ଜଣେ ଅଟୋ ରିକ୍ସା ଚାଳକଙ୍କର ପୁଅ ହେଉଛନ୍ତି ମହମ୍ମଦ ସିରାଜ। ଅଭାବ ଓ ଅସୁବିଧାରେ ବଢ଼ି ମଧ୍ୟ ସେ ନିଜ ପରିବାରର ପ୍ରେରଣାରେ ନିଜକ କ୍ରିକେଟ ଜଗତରେ ପରିଚିତ କରିପାରଛନ୍ତି। ପ୍ରଥମେ ସେ ଟିଭିରୁ ଖେଳ ଦେଖି ଉତ୍ସାହିତ ହୋଇ ଟେନିସ ବଲରେ ଖେଳ ଅଭ୍ୟାସ କରିଥିଲେ। ପରେ ସେ ପ୍ରକୃତ କ୍ରିକେଟ ବଲ୍‌ ମାଧ୍ୟମରେ ଖେଳିବାକୁ ଚେଷ୍ଟାକଲେ। ୨୦୧୫ରୁ ନିଜର ଖେଳ ଜୀବନ ଆରମ୍ଭ କରିଥିଲେ ସିରାଜ। ରଣଜୀରେ ୪୧ଟି ଉଇକେଟ ମାତ୍ର ନଅଟି ମ୍ୟାଚ୍‌ ମାଧ୍ୟମରେ ହାତେଇ କ୍ରିକେଟ ଚୟନକାରୀଙ୍କ ନଜରରେ ଆସିଥିଲେ। କୌଣସିଠାରୁ ଶିକ୍ଷା ନନେଇ ନିଜ ଦୃଢ଼ତା ଓ ମନୋବଳ ଜରିଆରେ ଘରୋଇ ଖେଳରେ ସଫଳତା ଅର୍ଜନ କରି ୨୦୧୭ରେ ଆଇପିଏଲ୍‌ ଖେଳିବାକୁ ବିବେଚିତ ହୋଇଥିଲେ। ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨୦ ଲକ୍ଷ ଟଙ୍କା ଚୁକ୍ତି ଭିତ୍ତିରେ ଖେଳିବାକୁ ନେଇଥିଲେ ମଧ୍ୟ ସଫଳତା ପାଇଁ ୨.୬ କୋଟି ମୂଲ୍ୟ ଦେବାକୁ ଧାଯ୍ୟର୍ କରିଛି। ଜାତୀୟ ମନୋନୟନ କମିଟୀର ୩ଟି ଡାକରା ପାଇଥିଲେ ମଧ୍ୟ ତାହା ବିଳମ୍ବପ୍ରାପ୍ତ ହୋଇଥିଲା। ସେ ଟି-ଟେ୍ଵଣ୍ଟିରେ ଭଲ ପ୍ରଦର୍ଶନ କାରପାରି ନଥିଲେ। ତେଣୁ ଜାତୀୟ ଦଳରେ ସାମିଲ ହେବାକୁ ଏହି ନମ୍ର ସ୍ୱଭାବ ବାଳକଙ୍କ ଭାଗ୍ୟ ଖୋଲିନାହିଁ।

ନାଥୁ ସିଂ:

ଆନ୍ତର୍ଜାତୀୟ ସ୍ତରରେ ଖେଳୁଥିବା ଯୁବକମାନଙ୍କ ଭିତରୁ ଜଣେ ହେଉଛନ୍ତି ନାଥୁ ସିଂ, ଯେ କି ନିଜର ଖେଳ ଜୀବନ ଟେନିସ ବଲରେ ଆରମ୍ଭ କରିଥିଲେ। ସେ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପୁତ୍ର। ଗଳି କନ୍ଦିରେ ଖେଳି ସେ ଦକ୍ଷ ବୋଲର ହେବାକୁ ସଂକଳ୍ପ ନେଇଥିଲେ। ତାଙ୍କର ଖେଳରେ ତାଙ୍କ ବନ୍ଧୁମାନେ ଚକିତ ହୋଇ ତାଙ୍କୁ ବାହ୍ୟ ଜଗତରେ ପରିଚିତ କରାଇଥିଲେ। ସେ ରାଜସ୍ଥାନ ତରଫରୁ ରଣଜୀ ମ୍ୟାଚ୍‌ ଖେଳି ୮୭ ରନ୍‌ ଦେଇ ୭ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ତେଣୁ ଏହା ତାଙ୍କୁ ଆଇପିଏଲ୍‌ ଖେଳିବାକୁ ବାଟ କଢ଼ାଇଥିଲା। ଅବଶ୍ୟ ସେ ଗ୍ଲେନ୍‌ ମ୍ୟାକଗ୍ରାର୍ଥଙ୍କଠାରୁ ଚେନ୍ନାଇଠାରେ ଆର. ଏଫ୍‌. ପେସ୍‌. ଏକାଦମୀ ତରଫରୁ ପ୍ରଶିକ୍ଷଣ ନେଇଥିଲେ। ପରେ ୨୦୧୬ରେ ମୁମ୍ବାଇ ଇଣ୍ଡିଆନସ୍‌ ତାଙ୍କୁ ୩.୨ କୋଟି ଟଙ୍କାରେ କିଣି ନେଇଥିଲା।

କ୍ରିକେଟ୍‌ ପୂର୍ବରୁ ଟେନିସ୍‌ ବଲରେ ଅଭ୍ୟାସ

ଅନେକ ଖେଳାଳି କ୍ରିକେଟ ଖେଳିବା ପୂର୍ବରୁ ଟେନିସ ବଲର ସାହାରା ନେଇଛନ୍ତି। ହାଲୁକା ବଲର ପ୍ରେମରେ ପଡ଼ି ପରେ ଓଜନିଆ ବଲର ସାଥୀ ହୋଇ ପାରିଛନ୍ତି। ଆଇପିଏଲରେ ଖେଳୁଥିବା ଏଭଳି ଉଦାହରଣ ହେଉଛନ୍ତି, ମହମ୍ମଦ ସିରାଜ, ନାଥୁ ସିଂ ଓ ଟି-ନଟରାଜନ୍‌।

କେଦାର ଯାଦବ:

ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଏକ କ୍ଷୁଦ୍ର ସହରରେ ଜନ୍ମ ନେଇଥିଲେ କେଦାର ଯାଦବ। ତାଙ୍କ ପିତା ମହାରାଷ୍ଟ୍ରର ରାଜ୍ୟ ବିଦ୍ୟୁତ୍‌ ବୋର୍ଡ଼ର ଜଣେ କିରାଣୀ। ଦୁର୍ଭାଗ୍ୟବଶତଃ ତାଙ୍କ ଉପରେ ତିନି ଜଣ ବଡ଼ ଭଉଣୀ ତାଙ୍କ ପରିବାରରେ ଥିଲେ। ତେଣୁ ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ସେ ପାଠ ପଢ଼ିବାକୁ ଅନିଚ୍ଛୁକ ଥିଲେ। ସେ ନବମ ଶ୍ରେଣୀ ପଯ୍ୟର୍ନ୍ତ ପାଠ ପଢ଼ିଛନ୍ତି। ସେ ପୁନେ କ୍ଲବ ତରଫରୁ ଭଲ କ୍ରିକେଟ ଖେଳୁଥିଲେ। ୨୦୦୪ରେ ୧୯ ବର୍ଷ କମ୍‌ କ୍ରିକେଟ ଦଳରେ ରାଜ୍ୟ ତରଫରୁ ଖେଳିବାର ସୁଯୋଗ ପାଇଲେ। ତାହାରି ଚଳରେ ସେ ମହାରାଷ୍ଟ୍ର ଦଳରେ ସାମିଲ ହେଲେ। ୨୦୧୨ ମସିହାରେ ଯାଦବ ୨୦୧୩-୧୪ ରଣଜୀ ଟ୍ରଫି ଖେଳରେ ତ୍ରିଶତକ(୩୨୭) ଅପରାଜିତ ରନ୍‌ ସଂଗ୍ରହ କରିଥିଲେ। ଏହି ରନ୍‌ ହାର ତାଙ୍କୁ ୧୦ ବର୍ଷ କାଳ ମହାରାଷ୍ଟ୍ର ଦଳରେ ଖେଳିବାର ସୁଯୋଗ ସୃଷ୍ଟି କରିଥିଲା। ସେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ୨୦୧୩ରେ ପ୍ରଥମ ଆଇପିଏଲ୍‌ ମ୍ୟାଚ ଖେଳିବାର ସୁଯୋଗ ପାଇଲେ। ଯାହା ଫଳରେ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୁଯୋଗ ୨୦୧୪ ମସିହାରୁ ଖେଳି ଆସୁଛନ୍ତି।

ମଞ୍ଜୁର ଦାର୍‌:

ଜାମ୍ମୁ ଓ କାଶ୍ମୀର ଅଞ୍ଚଳର ଶ୍ରମିକ ଭାବରେ କାମ କରୁଥିବା ମଞ୍ଜୁର ଦାର୍‌ ୨୦୧୮ ଆଇପିଏଲ୍‌ ଖେଳାଳି ଭାବେ ସେ ନିଜ ପରିବାରର ଭରଣପୋଷଣ ପାଇଁ ଅତିରିକ୍ତ ଆୟ ଆକାରରେ ପାଇବାକୁ ଖେଳୁଛନ୍ତି। ଅତୀତରେ ସେ ରାତି୍ର ଜଗୁଆଳୀ ଭାବେ ମଧ୍ୟ କାମ କରିଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନ ଭାବରେ ନିଜର ଚାରିଭାଇ ଓ ତିନି ଭଉଣୀଙ୍କୁ ମଣିଷ କରାଇବା ପାଇଁ ସେ ଖେଳକୁ ବାଛି ନେଇଛନ୍ତି। ନଅଟି ଟି-େଓ୍ଵଣ୍ଟି ମ୍ୟାଚ୍‌ ଖେଳି ୩୦.୮୩ ହାରାହାରି ରାଜ୍ୟ ତରପରୁ ସ୍କୋର କରିଛନ୍ତି। ଗତ ବର୍ଷ ଜାନୁଆରିରେ କିଙ୍ଗସ୍‌ ଏକାଦଶ ପଞ୍ଜାବ ତରଫରୁ ଆଇପିଏଲ୍‌ ଫ୍ରଞ୍ଚାଇଜ୍‌ ଖେଳିବାକୁ ୬୦ ଲକ୍ଷ ଟଙ୍କାରେ ଖେଳିବାକୁ ରାଜି ହୋଇଛନ୍ତି। ତାଙ୍କ ପରିବାର ଆନନ୍ଦରେ ବିଭୋର ହୋଇଛନ୍ତି।

ଟି-ନଟରାଜନ୍‌:

ଥାଙ୍ଗାରାସୁ ନଟରାଜନ୍‌ ଛୋଟ ଥିବାବେଳେ ପରିବାର ଖୁବ୍‌ ଅଭାବରେ ଚଳୁଥିଲେ। ଛୋଟବେଳେ ସେ ପିତାଙ୍କ ସହିତ ଲୁଗା କାରଖାନାରେ କାମ କରିବାକୁ ଯାଉଥିଲେ। ତାଙ୍କ ମାଆ ରାଜରାସ୍ତାରେ ରୁଟି ବିକିବା ପାଇଁ ଚିନ୍ନାପ୍ପାମ୍ପତ୍ତି (ତାମିଲନାଡ଼ୁ ନିକଟ ସଲେମ୍‌) ଗ୍ରାମରେ ବୁଲି ବୁଲି ଅର୍ଥ ସଂଗ୍ରହ କରି ଚଳୁଥିଲେ। କୋଡ଼ିଏ ବର୍ଷ ବେଳକୁ ନଟରାଜନ୍‌ ଟେନିସ୍‌ ବଲରେ କ୍ରିକେଟ୍‌ ଖେଳ ଆରମ୍ଭ କରିଥିଲେ। କିନ୍ତୁ ଖେଳର ମଙ୍ଗ ଧରିବା ଶିଖିପାରିନଥିଲେ।। ତେଣୁ ସେ ଚେନ୍ନାଇ ଯାଇ ସେଠାରେ ବାମହାତୀ ପେସ୍‌ ବୋଲିଙ୍ଗ ଶିଖିବାକୁ ଲାଗିଲେ। ସେ ଜୋଲି ରୋଭର୍ସ କ୍ଲବରେ ଯୋଗଦାନ କଲେ। ଚେନ୍ନାଇରେ ରବି ଚନ୍ଦନ ଅଶ୍ୱିନରଓ ମୁରଲୀ ବିଜୟଙ୍କ ତତ୍ତ୍ୱାବଧାନରେ ଚେନ୍ନାଇ ଦଳର ଖେଳାଳି ଭାବେ ଖେଳିଲେ। ସେଠାରେ ସେ ପ୍ରିମିୟର ଲିଗ୍‌ ଖେଳି ନିଜ କ୍ୟାରିଅର ଆରମ୍ଭ କରିଥିଲେ। ପେସର ବୋଲିଙ୍ଗ ପାଇଁ ସେ କିଙ୍ଗସ୍‌ ଏକାଦଶ ପଞ୍ଜାବ ତରଫରୁ ୨୦୧୭ରେ ଆଇପିଏଲ୍‌ ଖେଳିବାକୁ ୩ କୋଟି ଧନରାଶି ବାବଦରେ ଚୁକ୍ତିବଦ୍ଧ ହୋଇଥିଲେ। ଏହି ୨୬ ବର୍ଷ ବୟସ୍କ ଯୁବକ ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର