ଆଇ ଲିଗ୍‌: ଆରୋଜ୍‌-ଆଇଜଲ ମ୍ୟାଚ୍‌ ଗୋଲ୍‌ଶୂନ୍ୟ

କଟକ: ବାରବାଟୀ ଷ୍ଟାଡିୟମରେ ଶୁକ୍ରବାର ସ˚ଧ୍ୟାରେ ଇଣ୍ତିଆନ୍‌ ଆରୋଜ୍‌ ଓ ଆଇଜଲ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ଆଇ ଲିଗ୍‌ର ଏକ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ଭାବେ ଅମୀମା˚ସିତ ରହିଛି। ଫଳରେ ଉଭୟ ଦଳଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ ବାଣ୍ଟି ଦିଆଯାଇଛି। ଆରୋଜ ଅଧିନାୟକ ଅମରଜିତ ସି˚ହଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଆନ୍ତର୍ଜାତିକ ଖେଳାଳି ଆର‌୍‌ପି ସି˚ହ ପୁରସ୍କୃତ କରିଥିଲେ। ମ୍ୟାଚ୍‌ ଆରମ୍ଭରୁ ଆଇଜଲ୍‌ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ବି ଆରୋଜ୍‌ ଡିଫେଣ୍ତରମାନେ ବଲ୍‌କୁ ପୋଷ୍ଟ ପାଖରେ ପହଞ୍ଚାଇ ଦେଉନଥିଲେ। ଆରୋଜ୍‌ ମଧ୍ୟ ଗୋଲ୍‌ କରିବା ସୁଯୋଗ ପାଇଥିଲେ ବି ହାତଛଡ଼ା ହେଉଥିଲା। ପ୍ରଥମାର୍ଧରେ କିଛି ଗୋଲ୍‌ ନହେବାରୁ ଉଭୟ ଦଳ ଦ୍ବିତୀୟାର୍ଧରେ ଅଧିକ ଆକ୍ରମଣାତ୍ମକ ଖେଳିଥିଲେ। ଦୁଇ ଦଳ ପାଖାପାଖି ୧୦ ଗୋଲ୍‌ ଦେବା ନିକଟତର ହୋଇଥିଲେ ବି ସବୁଗୁଡ଼ିକ ବିଫଳ ହୋଇଥିଲା। ନିର୍ଧାରିତ ସମୟ ପର୍ଯ୍ୟନ୍ତ ବି କୌଣସି ଗୋଲ ନହେବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ।

ସମ୍ବନ୍ଧିତ ଖବର