ପ୍ରଥମ ଦିନିକିଆ: ରୋହିତ-କୋହଲିଙ୍କ ଅର୍ଦ୍ଧଶତକ, ଭାରତ ୧/୧୬୯

ନଟିଂହାମ୍‌: ଦ୍ୱିତୀୟ ଓ୍ଵିକେଟରେ ଦମଦାର ଶତକୀୟ ଭାଗିଦାରୀ ବଳରେ ଭାରତ ୨୫ ଓଭର ପରିସମାପ୍ତି ପରେ ଗୋଟିଏ ଓ୍ଵିକେଟ୍‌ ହରାଇ ଇଂଲଣ୍ଡ ବିପକ୍ଷରେ ୧୬୯ ରନ୍‌ ସଂଗ୍ରହ କରିଛି। ୨୬୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସ ଖେଳୁଥିବା ଭାରତ ଆରମ୍ଭରୁ ହିଁ ପ୍ରହାର କରିଛି। ଦଳୀୟ ସ୍କୋର ୫୯ ରନ୍‌ରେ ଥିବା ବେଳେ ଭାରତ ଶିଖର ଧାଓ୍ଵନ୍‌(୪୦ ରନ୍‌, ୨୭ ବଲ, ୪ ଚୌକା)ଙ୍କୁ ହରାଇଥିଲା। ଧାଓ୍ଵନ୍‌ ମୋଇନ ଅଲ୍ଲୀଙ୍କ ବଲ ଆଦିଲ ରସିଦଙ୍କୁ କ୍ୟାଚ ଦେଇଥିଲେ। ତାଙ୍କ ସ୍ଥାନରେ ବିରାଟ କୋହଲି କ୍ରିଜକୁ ପ୍ରବେଶ କରିଛନ୍ତି। କୋହଲି ୪୭ ତମ ଅର୍ଦ୍ଧଶତକ ୫୫ ଟି ବଲ ଖେଳି ହାସଲ କରିଥିବା ବେଳେ ତା’ପୂର୍ବରୁ ରୋହିତ ୩୫ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ରୋହିତ ୭୫ ରନ୍‌ ଓ କୋହଲି ୫୨ ରନ୍‌ ସଂଗ୍ରହ କରି କ୍ରିଜ୍‌ରେ ଅଛନ୍ତି।

ପ୍ରଥମ ଇନିଂସରେ ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୬୮ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ୨୬୯ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। କୁଲଦୀପ ଯାଦବ ୧୦ ଓଭର ବୋଲିଂ କରି ୨୫ ରନ୍‌ ଖର୍ଚ୍ଚ କରିଥିବା ବେଳେ ୬ଟି ଓ୍ଵିକେଟ୍‌ ନେଇଥିଲେ। ୩ଟି ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲା ଗୁରୁବାର ନଟିଂହମ୍‌ର ଟ୍ରେଣ୍ଟ ବ୍ରଜି ପଡ଼ିଆରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ବ୍ୟାଟିଂ କରିଥିଲା।

ଇଂଲଣ୍ଡ ୧୯୮ ରନ୍‌ରେ ୫ମ ଓ୍ଵିକେଟ୍‌ ଜୋସ୍‌ ବଟଲର(୫୩)ଙ୍କୁ ହରାଇଥିଲା। ୨୧୪ ରନ୍‌ରେ ବେନ୍‌ ଷ୍ଟୋକ(୫୦), ୨୧୬ ରନ୍‌ରେ ଡେଭିଡ େଓ୍ଵଲି, ୨୪୫ ରନ୍‌ରେ ମୋଇନ୍‌ ଅଲ୍ଲି ଓ ୨୬୧ ରନ୍‌ରେ ଆଦିଲ ରସିଦ ପାଭଲିଅନ ଫେରିଥିଲେ। ଇଂଲଣ୍ଡ ଶେଷ ଓ୍ଵିକେଟରେ ଲିଆମ ପ୍ଲଙ୍କେତଙ୍କୁ ହରାଇଥିଲା। ଲିଆମ ମହେନ୍ଦ୍ର ସିଂହ ଧୋନି ଓ ସୁରୋଶ ରାଇନାଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ। ଉମେଶ ଯାଦବଙ୍କୁ ୨ଟି ଓ ଯୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ଜସନ ରାୟ ଓ ଜନି ବେୟାରଷ୍ଟୋ ଆରମ୍ଭରୁ ଇଂଲଣ୍ଡର ବ୍ୟାଟିଂ ଦାୟିତ୍ୱ ନେଇଥିଲେ। ୮ମ ଓଭରରେ ଜନି ବେୟାରଷ୍ଟେ ସିଦ୍ଧାର୍ଥ କାଉଲଙ୍କ ବଲରେ ଛକା ମାରି ଇଂଲଣ୍ଡର ଅର୍ଦ୍ଧଶତକ ପୂରା କରିଥିଲେ। ୧୦ ଓଭର ପରିସମାପ୍ତି ପରେ ଇଂଲଣ୍ଡ କୌଣସି ଓ୍ଵିକେଟ ନହରାଇ ୭୧ ରନ୍‌ ସଂଗ୍ରହ କରିଥିଲା ଅଧିିନାୟକ ବିରାଟ କୋହଲି ୧୧ତମ ଓଭର କୁଲଦୀପ ଯାଦବଙ୍କୁ ବୋଲିଂ କରିବାକୁ ପରାମର୍ଶ ଦେଇଥିଲେ। କୁଲଦୀପ ଭାରତୀୟ ଟିମ୍‌ ପାଇଁ ଉତ୍ସାହ ଆଣିଥିଲେ। ସେ ୧୧ଟି ବଲ ବୋଲିଂ କରି ୩ଟି ଓ୍ଵିକେଟ ନେଇଥିଲେ।
କୁଲଦୀପଙ୍କ ଦ୍ୱାରା ପାଭଲିଅନ ଫେରିବା ପୂର୍ବରୁ ଜସନ ରାୟ ୩୮ ରନ୍‌ ସଂଗ୍ରହ କରି ଉମେଶ ଯାଦବଙ୍କୁ କ୍ୟାଚ ଦେଇଥିଲେ। ସେହିଭଳି ୧୩ ଓଭରରେ କୁଲଦୀପ ୨ୟ ବଲରେ ଜୋଏ ରୁଟ(୩) ଓ ୫ମ ବଲରେ ଜନି ବେୟାରଷ୍ଟୋ(୩୮)ଙ୍କୁ ଆଉଟ କରିଥିଲେ। ସ୍କୋର ୮୨ ରନ୍‌ ଥିବା ବେଳେ ଇଂଲଣ୍ଡ ୩ଟି ଓ୍ଵିକେଟ ହରାଇଥିିଲା।

ସମ୍ବନ୍ଧିତ ଖବର