ଆଇପିଏଲ: ଚେନ୍ନାଇକୁ ୧୬୨ ରନ୍‌ ଟାର୍ଗେଟ ଦେଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୯ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୬୨ ରନ୍‌ ଟାର୍ଗେଟ ଦେଇଛି। ବେଙ୍ଗାଲୁର ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ ହରାଇ ୧୬୧ ରନ କରିଛି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍‌ ରବିବାର ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିଛି। ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା।

ପାର୍ଥିବ ପଟେଲ ସର୍ବାଧିକ ୫୩ ରନ କରିଥିବା ବେଳେ ଅଧିନାୟକ କୋହଲି ୯ ରନ କରି ଆଉଟ୍‌ ହୋଇଥିଲେ। ଏବି ଡିଭିଲିୟସ ୧୯ଟି ବଲ ଖେଳି ୨୫ ରନ୍‌ ଯୋଡ଼ିଥିବା ବେଳେ ଅକ୍ଷଦୀପ ୨୦ଟି ବଲ୍‌ ଖେଳି ୨୪ ରନ୍‌ କରିଥିଲେ। ମାର୍କସ ଷ୍ଟୋଇନିସ ୧୪ ରନ, ମୋଇନ ଅଲି ୨୬ ରନ କରିଥିଲେ। ଦିପକ ଚହର, ରବୀନ୍ଦ୍ର ଜାଦେଜା ଓ ବ୍ରାଭୋ ୨-୨ ଓ୍ଵିକେଟ ନେଇଥିବା ବେଳେ ଇମ୍‌ରାନ୍‌ ତାହିରଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧିତ ଖବର