ଆଇପିଏଲ୍‌ ୧୧: ସୂର୍ଯ୍ୟଙ୍କ ପ୍ରଖର କିରଣ, ଦିଲ୍ଲୀକୁ ୧୯୫ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ

ମୁମ୍ବାଇ: ସୂର୍ଯ୍ୟକାନ୍ତ ଯାଦବ ପ୍ରଖର ବ୍ୟାଟିଂ କରି ୩୨ଟି ବଲରୁ ୫୩ ରନ୍‌ ସଂଗ୍ରହ କରିଛନ୍ତି। ସାଥୀ ଖେଳାଳି ଇଭିନ ଲୁଇସ୍‌ଙ୍କ ୪୮ ରନ୍‌ ଓ ଈଷାନ କିସାନଙ୍କ ୪୪ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵକେଟ ହରାଇ ୧୯୪ ରନ୍‌ ସଂଗ୍ରହ କରିଛି। ଫଳରେ ଦିଲ୍ଲୀ ଡେୟାରଡେଭିଲସ୍‌କୁ ୧୯୫ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣର ଶନିବାର ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେବା ପରେ ମୁମ୍ବାଇ ବ୍ୟାଟିଂ କରିଛି। ମୁମ୍ବାଇର ଅଧିନାୟକ ୧୮ ରନ୍‌ ଯୋଡ଼ି ଥିଲେ।

ଓ୍ଵାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍‌ ଆରମ୍ଭରୁ ଭଲ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍‌ରେ ୧୦୨ ରନ୍‌ ସଂଗ୍ରହ କରିଥିଲା। ମୁମ୍ବାଇ ୧୦୯ ରନ୍‌ରେ ଦିଲ୍ଲୀର ୨ୟ ଶିକାର ହୋଇଥିଲା। ସେହିପରି ମୁମ୍ବାଇ ୧୬୬ ରନ୍‌ରେ ୩ୟ ଓ ୪ର୍ଥ ଓ୍ଵିକେଟ୍‌, ୧୭୯ ରନ୍‌ରେ ୫ମ ଓ୍ଵିକେଟ ଓ ୧୮୫ ରନ୍‌ରେ ୬ଷ୍ଠ ଓ୍ଵିକେଟ ଓ ୧୮୭ ରନ୍‌ରେ ୭ମ ଓ୍ଵିକେଟ୍‌ ହରାଇଥିଲା।

ଦିଲ୍ଲୀ ଡେୟାରଡେଭିଲସ୍‌ର ଟ୍ରେଣ୍ଟ ବୋଲଟ୍‌, ଡାନିଏଲ କ୍ରିଷ୍ଟିଆନ୍‌ ଓ ରାହୁଲ ତେଓ୍ଵାଟିଆ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ମହମ୍ମଦ ସାମି ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର