ନୂଆଦିଲ୍ଲୀ: ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ୍ ମ୍ୟାକ୍ଲମ୍ ୨୦୧୬ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ନିଷିଦ୍ଧ ଔଷଧ ସେବନ କରିଥିଲେ। ଏହାକୁ ଏବେ ସେ ସ୍ୱୀକାର କରିଛନ୍ତି। ଆଇପିଏଲ୍ରେ ଗୁଜରାଟ ଲାୟନ୍ସ ପକ୍ଷରୁ ଖେଳୁଥିବା ମ୍ୟାକ୍ଲମ ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷ ମ୍ୟାଚ୍ ବେଳେ ନିଷିଦ୍ଧ ଔଷଧ ସେବନ କରିଥିବା ତାଙ୍କ ମୁତ୍ର ନମୂନାରୁ ଜଣାପଡ଼ିଥିଲା। ଆଜ୍ମା ରୋଗରେ ପୀଡ଼ିତ ଥିବା ମ୍ୟାକ୍ଲମ୍ ଦିଲ୍ଲୀର ପ୍ରଦୂଷଣକୁ ଦେଖି ବାଧ୍ୟ ହୋଇ ଔଷଧର ମାତ୍ରାକୁ ବଢ଼ାଇ ଦେଇଥିଲେ। ଫଳରେ ତାଙ୍କ ମୁତ୍ର ନମୂନାରେ ‘ସାଲବୁଟାମଲ’ ମାତ୍ରା ଅଧିକ ଥିବା ଜଣାପଡ଼ିଥିଲା। ଡୋପ୍ ପରୀକ୍ଷା ବିଫଳ ହେବାରୁ ଆଇସିସି ଦ୍ୱାରା ନିଯୁକ୍ତ ଏକ ସ୍ୱାଧୀନ ସମିତି ଏହାର ବିଚାର କରିଥିଲା। ତାଙ୍କ ଆଜ୍ମା ଥିବାରୁ ସେ ଔଷଧର ମାତ୍ରା ବଢ଼ାଇବାକୁ ବାଧ୍ୟ ହୋଇଥିଲେ ବୋଲି ଏହି ସମିତି ହୃଦବୋଧ କରିଥିଲା। ମ୍ୟାକ୍ଲମ ନିର୍ଦୋଷ ବୋଲି ପ୍ରମାଣିତ ହୋଇଥିଲା। ନିଷିଦ୍ଧ ଔଷଧ ସେବନକୁ ନେଇ ସେ ପଶ୍ଚାତାପ କରୁନଥିବା ସହ ଏହି ସବୁ କଥା ରବିବାର ନ୍ୟୁଜିଲାଣ୍ଡ୍ରେ ଏକ ସାକ୍ଷାତକାରରେ ମ୍ୟାକ୍ଲମ ପ୍ରକାଶ କହିଥିଲେ।