ଆଇପିଏଲ୍‌: ପଂଜାବ ବିପକ୍ଷରେ ୧୭ ରନରେ ଜିତିଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: କିଙ୍ଗସ୍‌ ଏକାଦଶ ପଂଜାବ ବିପକ୍ଷରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୪୨ ତମ ମ୍ୟାଚକୁ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ୧୭ ରନ୍‌ରେ ଜିତିଛି। ପଂଜାବ ୨୦୩ ରନ ବିଜୟ ଲକ୍ଷ୍ୟ ନେଇ ୨୦ ଓଭରରେ ୭ଟି ଓ୍ଵିକେଟ ହରାଇ ୧୮୫ ରନ କରିଛି।

ସ୍କୋର ୧୦୫ ରନରେ ପଂଜାବ ତୃତୀୟ ଓ୍ଵିକେଟ ଭାବେ ଓପନର ଲୋକେଶ ରାହୁଲଙ୍କୁ ହରାଇଥିଲା। ରାହୁଲ ୨୭ଟି ବଲ ଖେଳି ୪୨ ରନ କରିଥିଲେ। ଏଥିରେ ୭ଟି ଚୌକା ଓ ଗୋଟି ଛକା ସାମିଲ ଥିଲା। ମୋଇନ ଅଲିଙ୍କ ବଲ ଟିମ ସାଉଦୀଙ୍କୁ କ୍ୟାଚ ଦେଇ ସେ ପାଭଲିଅନ ଫେରିଥିଲେ। ଏହା ପୂର୍ବରୁ ଦ୍ୱିତୀୟ ଓ୍ଵିକେଟ ବେଳକୁ ପଂଜାବ ସ୍କୋର ୧୦୧ ରନରେ ମୟଙ୍କ ଅଗ୍ରଓ୍ଵାଲ ଆଉଟ ହୋଇଥିଲେ। ସେ ୨୧ଟି ବଲ ଖେଳି ୩୫ ରନ କରିବା ପରେ ମାର୍କସ ଷ୍ଟୋଇନିସଙ୍କ ବଲ ୟୁଜବେନ୍ଦ୍ର ଚହଲଙ୍କୁ କ୍ୟାଚ ଦେଇଥିଲେ। ପଂଜାବ ସ୍କୋର ୪୨ ରନରେ ପ୍ରଥମ ଓ୍ଵିକେଟ ଭାବେ କ୍ରିସ ଗେଲ (୨୩ ରନ, ୧୦ ବଲ, ୪ ଚୌକା, ୧ ଛକା)ଙ୍କୁ ହରାଇଥିଲା। ଗେଲ ଉମେଶ ଯାଦବଙ୍କ ବଲ ଡିଭିଲିୟର୍ସଙ୍କୁ କ୍ୟାଚ ଦେଇ ପାଭଲିଅନ ହୋଇଥିଲେ। ଡାଭିଡ ମିଲର ୨୫ଟି ବଲ ଖେଳି ୨୪ ରନ କରି ବେଙ୍ଗାରୁରୁର ୪ର୍ଥ ଶିକାର ହୋଇଥିଲେ। ପଂଜାବ ସ୍କୋର ୧୭୬ ରନରେ ନିକୋଲାସ ପୋରାନ, ୧୮୨ ରନରେ ରବିଚନ୍ଦ୍ରନ ଅଶ୍ୱିନ ଓ ହାର୍ଦୁଶ ଭିଲଜୋନ ଆଉଟ ହୋଇଥିଲେ। ୬ଷ୍ଠ ଓ ସପ୍ତମ ଓ୍ଵିକେଟ ନେଇଥିଲେ ଉମେଶ ଯାଦବ। ନବଦୀପ ସାଇନୀଙ୍କ ଦ୍ୱାରା ମିଲର ଓ ପୋରନ ଆଉଟ ହୋଇଥିଲେ।

ପ୍ରଥମ ଇନିଂସରେ ଏବି ଡିଭିଲିୟର୍ସଙ୍କ ଅପରାଜିତ ଅର୍ଦ୍ଧଶତକ (ଅପରାଜିତ ୮୨ ରନ) ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୁଧବାର ଆଇପିଏଲ୍‌ର ୪୨ତମ ମ୍ୟାଚରେ ୨୦୨ ରନ୍‌ କରିଥିଲା। ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ପଂଜାବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୨୦୨ ରନ୍‌ ହାସଲ କରିବା ପରେ ପଂଜାବକୁ ୨୦୩ ରନ୍‌ ଟାର୍ଗେଟ ମିଳିଥିଲା। ଡିଭିଲିୟର୍ସ ୪୪ଟି ବଲ ଖେଳି ୩ଟି ଚୌକା ଓ ୭ ଛକା ମାରିଥିଲେ। ମାର୍କସ ଷ୍ଟୋଇନିସ ୩୪ଟି ବଲ ଖେଳି ଅପରାଜିତ ୪୬ ରନ୍‌ କରିଥିଲେ। ଏଥିରେ ୨ଟି ଚୌକା ଓ ୩ଟି ଛକା ସାମିଲ ଥିଲା।

ଓପନର ପାର୍ଥିବ ପଟେଲ ୨୪ଟି ବଲ ଖେଳି ୪୩ ରନ କରିଥିଲେ। ମୁରୁଗାନ ଅଶ୍ୱିନଙ୍କ ବଲରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା କ୍ୟାଚ ହେବା ପୂର୍ବରୁ ସେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ। ଅଧିନାୟକ ବିରାଟ କୋହଲି ୮ଟି ବଲ ଖେଳି ୧୩ ରନ୍‌ ଯୋଡ଼ିଥିଲେ। ଏଥିରେ ୨ଟି ଚୌକା ସାମିଲ ଥିଲା। ମୋଇନ ଅଲି ୪ ରନ କରିଥିବା ବେଳେ ଅକ୍ଷଦୀପ ୩ ରନ କରିଥିଲେ।

ବେଙ୍ଗାଲୁରୁ ୩୫ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବେ ବିରାଟ କୋହଲିଙ୍କୁ ହରାଇଥିଲା। ସ୍କୋର ୭୧ ରନରେ ପଟେଲ ଆଉଟ ହୋଇଥିଲେ। ସେହିପରି ପଂଜାବର ୩ୟ ଶିକାର ୭୬ ରନରେ ମୋଇନ ଓ ୮୧ ରନରେ ଅକ୍ଷଦୀପ ଆଉଟ ହୋଇଥିଲେ। ପଂଜାବର ମହମ୍ମଦ ସାମି, ମୁରୁଗାନ ଅଶ୍ୱିନ, ରବିଚନ୍ଦ୍ରନ ଅଶ୍ୱିନ ଓ ହାର୍ଦୁଶ ଭିଲଜୋନ ୧-୧ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର