ଆଇପିଏଲ୍‌: ଟସ୍‌ ଜିଣି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ପଂଜାବ କରୁଛି ବ୍ୟାଟିଂ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୭ ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲସ୍‌ ଏବଂ କିଙ୍ଗସ୍‌ ଏକାଦଶ ପଂଜାବ ମଧ୍ୟରେ ଶନିବାର ମୁକାବିଲା ହେଉଛି। ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଦିଲ୍ଲୀ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବ ବ୍ୟାଟିଂ କରୁଛି।

ଚଳିତ ଆଇପିଏଲ୍‌ରେ ଉଭୟ ଦିଲ୍ଲୀ ଏବଂ ପଂଜାବ ୯ଟି ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି। ଉଭୟ ଟିମ୍‌ ମଧ୍ୟ ୫ଟି ଲେଖାଏଁ ମ୍ୟାଚ ଜିତି ୧୦ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ମାତ୍ର ଅଙ୍କ ତାଲିକାରେ ଦିଲ୍ଲୀ ୩ୟ ସ୍ଥାନରେ ଥିବା ବେଳେ ପଂଜାବ ୪ର୍ଥ ସ୍ଥାନରେ ରହିଛି।

ଦିଲ୍ଲୀ ଏବଂ ପଂଜାବ ମଧ୍ୟରେ ଚଳିତ ଆଇପିଏଲ୍‌ରେ ମୋହାଲିରେ ଏପ୍ରିଲ ୧ରେ ମୁକାବିଲା ହୋଇଥିଲା। ଏହି ମ୍ୟାଚରେ ପଂଜାବ ୧୪ ରନରେ ବିଜୟୀ ହୋଇଥିଲା। ପଂଜାବ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ ହରାଇ ୧୬୬ ରନ କରିଥିଲା। ଲକ୍ଷ୍ୟ ପଛରେ ଗୋଡେଇ ଦିଲ୍ଲୀ ଦ୍ୱିତୀୟ ଇନିଂସରେ ୧୯.୨ ଓଭରରେ ୧୫୨ ରନ କରିଥିଲା।

ସମ୍ବନ୍ଧିତ ଖବର