ରେକର୍ଡ: ଦିନିକିଆରେ ବିଶ୍ୱର ତୃତୀୟ ସଫଳତମ ଓ୍ଵିକେଟକିପର ହେଲେ ମହେନ୍ଦ୍ର ସିଂହ ଧୋନି

ଷ୍ଟମ୍ପିଙ୍ଗ ମାମଲାରେ ଏମ୍‌ଏସ୍‌ ଧୋନି ବଶ୍ୱର ୧ ନମ୍ବର ଓ୍ଵିକେଟକିପର

ଥିରୁବନନ୍ତପୁରମ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ଓ ଦିନିକିଆ କ୍ରିକେଟର ଷ୍ଟାର ଓ୍ଵିକେଟକିପର ଗୁରୁବାର ଅନ୍ୟ ଏକ ରେକର୍ଡ ନିଜ ନାମରେ ଯୋଡ଼ିଛନ୍ତି। ଧୋନି ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ଦିନିକିଆ ମ୍ୟାଚ ଶୃଙ୍ଖଳାର ଶେଷ ମୁକାବିଲାରେ ଭୁବନେଶ୍ୱର କୁମାରଙ୍କ ବଲ ୱେଷ୍ଟଇଣ୍ଡିଜ ବ୍ୟାଟସ୍‌ମ୍ୟାନ କିରୋନ ପାେଓ୍ଵଲଙ୍କ କ୍ୟାଚକୁ ନେଇ ଏକ ମହାନ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

ଧୋନି ଦିନିକିଆ ଅନ୍ତର୍ଜାତୀୟରେ ଓ୍ଵିକେଟ ପଛରେ ରହି ଅଧିକ ଶିକାର କରିବା ମାମଲାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ ଓ୍ଵିକେଟକିପର ମାର୍କ ବାଉଚରଙ୍କ ରେକର୍ଡ ଅତିକ୍ରମ କରିଛନ୍ତି। ଏଥି ସହିତ ଧୋନି ଦିନିକିଆରେ ଓ୍ଵିକେଟ ପଛରେ ସର୍ବାଧିକ ଶିକାର କରିବା ମାମଲାରେ ବିଶ୍ୱର ୩ୟ ଓ୍ଵିକେଟ କିପର ହୋଇଛନ୍ତି। କିରୋନ ପାେଓ୍ଵଲ, ଧୋନିଙ୍କ ଦିନିକିଆ ଓ୍ଵିକେଟ ପଛରେ ୪୨୫ ତମ ଶିକାର। ୩୩୨ ମ୍ୟାଚରେ ୩୧୦ କ୍ୟାଚ ଏବଂ ୧୧୫ ଷ୍ଟମ୍ପିଙ୍ଗ ସହିତ ୪୨୫ ଓ୍ଵିକେଟ ନେଇଛନ୍ତି।

ଦିନିକିଆରେ ସଫଳତମ ଓ୍ଵିକେଟକିପର

୧) କୁମାର ସଙ୍ଗାକାର (ଶ୍ରୀଲଙ୍କା)-୪୮୨ (୩୮୩ କ୍ୟାଚ ଏବଂ ୯୯ ଷ୍ଟମ୍ପିଙ୍ଗ)
୨) ଆଦାମ ଗିଲଖ୍ରୀଷ୍ଟ (ଅଷ୍ଟ୍ରେଲିଆ)-୪୭୨ (୪୧୭ କ୍ୟାଚ ଏବଂ ୫୫ ଷ୍ଟମ୍ପିଙ୍ଗ)
୩) ମହେନ୍ଦ୍ର ସିଂହ ଧୋନି (ଭାରତ)-୪୨୫ (୩୧୦ କ୍ୟାଚ ଏବଂ ୧୧୫ ଷ୍ଟମ୍ପିଙ୍ଗ)
୪) ମାର୍କ ବାଉଚର (ଦକ୍ଷିଣ ଆଫ୍ରିକା)-୪୨୪ (୪୦୨ କ୍ୟାଚ ଏବଂ ୨୨ ଷ୍ଟମ୍ପିଙ୍ଗ)

ସମ୍ବନ୍ଧିତ ଖବର