ଜାତୀୟ ଜୋନାଲ୍‌ ମୁଷ୍ଟିଯୁଦ୍ଧ: ସନ୍ତୋଷ ଜିତିଲେ କାଂସ୍ୟ

ଭୁବନେଶ୍ୱର: ପଣ୍ଡିଚେରୀରେ ରବିବାର ଉଦ୍‌ଯାପିତ ସପ୍ତମ ଜାତୀୟ ଜୋନାଲ୍‌ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଓଡ଼ିଶା ଏକମାତ୍ର କାଂସ୍ୟ ପଦକ ଜିତିଛି। ଭୁବନେଶ୍ୱରରେ ତାଲିମ ନେଉଥିବା ବ୍ରହ୍ମପୁର ଯୁବକ ସନ୍ତୋଷ କୁମାର ବେହେରା ଏହି ପଦକ ଜିତିଛନ୍ତି। ସନ୍ତୋଷଙ୍କୁ ବକ୍ସିଂ ଓଡ଼ିଶା ସଭାପତି ଟି କୃଷ୍ଣ ପାତ୍ର, ସମ୍ପାଦକ କବିରାଜ ଗୌଡ଼ଙ୍କ ସହିତ ଶୁଖେନ୍ଦୁ ଦାସ, ଟି ଭେଙ୍କଟ ରାଓ, ସାଜିଦ୍‌ ହୁସେନ୍‌, ପ୍ରଦୀପ କୁମାର ରାଉତ, ପ୍ରଶିକ୍ଷକ ମନୋରମା ମହାରଣା, ଖୋର୍ଧା ଜିଲ୍ଲା ମୁଷ୍ଟିଯୁଦ୍ଧ ସଂଘ ସମ୍ପାଦକ ରାଧାନାଥ ମହାପାତ୍ର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର